ଯୁବ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଜୟପୁର, ୬ ଅଗଷ୍ଟ (ହି.ସ.)- ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ,ବୈପାରିଗୁଡାଠାରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନବାସୀ କଲ୍ୟାଣ ଆଶ୍ରମ ଯୁବାଆୟାମ ବିଭାଗର ପ୍ରାନ୍ତ ସଂଯୋଜକ
ଯୁବ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ


ଜୟପୁର, ୬ ଅଗଷ୍ଟ (ହି.ସ.)- ସହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ,ବୈପାରିଗୁଡାଠାରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନବାସୀ କଲ୍ୟାଣ ଆଶ୍ରମ ଯୁବାଆୟାମ ବିଭାଗର ପ୍ରାନ୍ତ ସଂଯୋଜକ ରତିକାନ୍ତ ସାହୁ ମୁଖ୍ୟ ଅତିଥିରୁପେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ଜନଜାତି କ୍ରାନ୍ତିବୀରମାନଙ୍କ ଗୌରବଶାଳୀ ଇତିହାସ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ଯୁବକମାନେ ଏ ଦେଶର ଭବିଷ୍ୟତ ଏବଂ ସେମାନେ ସଠିକ ଶିକ୍ଷା ମାଧ୍ୟମରେ ଦିଗଦର୍ଶନ ପାଇଲେ ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିପାରିବେ ବୋଲି ସହପ୍ରାନ୍ତ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ସମୟରେ ଯୁବସମାଜ ରାଷ୍ଟ୍ରହିତକାରୀ ଲକ୍ଷ୍ୟ ସ୍ଥିର କରି ଦେଶକୁ ଆଗକୁ ନେବା ଉଚିତ ବୋଲି ପ୍ରାନ୍ତ ସହ ସଂଯୋଜିକା ମାନସୀ ଆଚାର୍ଯ୍ୟ ପ୍ରକାଶ କରିବା ସହ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ସଂଯୋଜକ ସଦା ଭୂମିଆ ଓ ଜିଲ୍ଲା ସହ ସଂଯୋଜକ ପ୍ରଫୁଲ୍ଲ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande