
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି
ଭୁବନେଶ୍ୱରଠାରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ସେବାରେ ମୋର ଯୋଗଦାନ କାର୍ଯ୍ୟକ୍ରମରେ
ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିବସ ଏବଂ ତାଙ୍କର ୨୫
ବର୍ଷର ନିରବଚ୍ଛିନ୍ନ ଜନସେବାର ମହାନ ଯାତ୍ରାକୁ ସମ୍ମାନ ଜଣାଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି।
ପ୍ରକୃତି ଓ ପରିବେଶର ସୁରକ୍ଷା ହିଁ ସମାଜର ପ୍ରକୃତ ସେବା। ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ
ସାକାର କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଛୋଟ ଛୋଟ ଯୋଗଦାନ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା
ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଆସନ୍ତୁ,
ଆମେ ସମସ୍ତେ ସେବାଦାନ କରି ଏହି ମହତ୍ ଅଭିଯାନକୁ ଏକ ଜନଆନ୍ଦୋଳନରେ
ପରିଣତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା