
ମାଲକାନଗିରି , ୨୫ ସେପ୍ଟେମ୍ବର (ହି.ସ.) ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା କାଲିମେଳା ବ୍ଲକ ଏମ ଭି ୭୬ ର ଜୟଗୁରୁଚାନ୍ଦ ଫିଲିଂ ଷ୍ଟେସନ୍ (ପେଟ୍ରୋଲ ପମ୍ପ) ଧସିଯାଇଛି। ଗତ କିଛି ଦିନ ଧରି ଜାରି ରହିଥିବା ବର୍ଷାରେ ପେଟ୍ରୋଲ ପମ୍ପ ନିକଟରେ ମାଟି ଧସିବା ସହ ପମ୍ପର କିଛି ଅଂଶ ଭାଙ୍ଗି ପଡ଼ିଛି। ଘଟଣାସ୍ଥଳରେ ନିର୍ମାଣ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ଛିନ୍ନଭିନ୍ନ ହୋଇ ପଡ଼ିଥିବା ଦେଖାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ମାଟି ଦୁର୍ବଳ ହୋଇ ଧସିଯାଇଥିବା ଜଣାପଡ଼ିଛି। ଏଥିରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ବର୍ଷା ଜାରି ରହିଲେ ଅଧିକ ଅଂଶ ଧସିବା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ଯାଞ୍ଚ କରି ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ଦାବି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ