ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା । ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜ
ଅକ୍ଟୋବର ସୁଦ୍ଧା ମିଳିବ     ବକେୟା ଭତ୍ତା


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଅକ୍ଟୋବର

ସୁଦ୍ଧା ମିଳିବ ବକେୟା ଭତ୍ତା । ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ

ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା

ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି। କିଛି ହିତାଧିକାରୀଙ୍କ

ଭତ୍ତା ଗତ ୪ ମାସ ହେବ ପ୍ରଦାନ ହୋଇପାରି ନାହିଁ। ଏହା ପଛରେ ବିଭିନ୍ନ ବୈଷୟିକ ତ୍ରୁଟି କାରଣ

ସାଜିଛି। ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏହି ସମସ୍ୟାର

ସମାଧାନ ପାଇଁ ରାଜ୍ୟ ସରକାର, ରାଜ୍ୟ

ଅର୍ଥ ବିଭାଗ, କେନ୍ଦ୍ର ସରକାର ଏବଂ ଟ୍ରେଜେରୀର ମିଳିତ ସହଯୋଗରେ

ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବଞ୍ଚିତ

ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ପ୍ରକ୍ରିୟା ଜାରି ରହିଛି

ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande