ଭାଟିସାଲଗୁଡ଼ାରେ ବର୍ଷାର ତାଣ୍ଡବ: ୪ ଘର ନଷ୍ଟ, କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଟିମ୍
ମାଲକାନଗିରି , ସେପ୍ଟେମ୍ବର (ହି.ସ.)ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଓ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ପୌର ପରିଷଦ ର ଭାଟିସାଲ୍ ଗୁଡାର ୪ଟି ଘର ପ୍ରବଳ ବର୍ଷା ରେ ନଷ୍ଟ ହୋଇ ଯାଇଥିବା ଖବର ପାଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ଟିମ୍ ଆଜି ଉକ୍ତ ୪ ଟି ଘର ପରିବାରର ୨୨ ଜଣଙ୍
ଭାଟିସାଲଗୁଡ଼ାରେ ବର୍ଷାର ତାଣ୍ଡବ: ୪ ଘର ନଷ୍ଟ, କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଟିମ୍, ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କଲେ ପୂର୍ବତନ ବିଧାୟକ ମାନସ ମାଡକାମି।


ମାଲକାନଗିରି , ସେପ୍ଟେମ୍ବର (ହି.ସ.)ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଓ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ପୌର ପରିଷଦ ର ଭାଟିସାଲ୍ ଗୁଡାର ୪ଟି ଘର ପ୍ରବଳ ବର୍ଷା ରେ ନଷ୍ଟ ହୋଇ ଯାଇଥିବା ଖବର ପାଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ଟିମ୍ ଆଜି ଉକ୍ତ ୪ ଟି ଘର ପରିବାରର ୨୨ ଜଣଙ୍କ ପାଖରେ ପହଞ୍ଚି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେବା ଓ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି । ଏଥିରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ବିଜେଡି ବରିଷ୍ଠ ନେତା ତଥା ବ୍ଲକ ସଭାପତି ସର୍ବ କୁମାର ବିଶୋଇ ,ବିଜେଡି ଜିଲ୍ଲା ସମ୍ପାଦକ କେ. ରାହୁଲ ,ବିଜେଡି ସମ୍ପାଦକ ବିକାଶ ମଣ୍ଡଳ , କାଉନସିଲର ତ୍ରିମଲା ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାଲକାନଗିରି ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲଚନ ନାୟକ ଓ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande