ମାଲିଗୁଡା–ଛତରୀପୁଟ ମଧ୍ୟରେ ଭୂସ୍ଖଳନ: ରାୟଗଡ଼ା ଡିଭିଜନରେ ଟ୍ରେନ୍ ସେବା ପ୍ରଭାବିତ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)। ଇଷ୍ଟକୋଷ୍ଟ ରେଲୱେର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡା ଓ ଛତରୀପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଭାବିତ ରେଳପଥରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା
ମାଲିଗୁଡା–ଛତରୀପୁଟ ମଧ୍ୟରେ     ଭୂସ୍ଖଳନ: ରାୟଗଡ଼ା ଡିଭିଜନରେ ଟ୍ରେନ୍ ସେବା ପ୍ରଭାବିତ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)। ଇଷ୍ଟକୋଷ୍ଟ ରେଲୱେର ରାୟଗଡ଼ା ଡିଭିଜନ

ଅନ୍ତର୍ଗତ ମାଲିଗୁଡା ଓ ଛତରୀପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ

ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଭାବିତ ରେଳପଥରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା

ଲାଗି ରେଳବାଇ ପକ୍ଷରୁ କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନର ଯାତ୍ରାକୁ

ଆଂଶିକ ଭାବେ ବାତିଲ କରାଯାଇଛି।

ସେପ୍ଟେମ୍ବର ୨୫ରେ ୪ ଟ୍ରେନ୍

ବାତିଲ

ସେପ୍ଟେମ୍ବର ୨୫ ତାରିଖରେ

୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର, ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର, ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ ଏବଂ ୧୮୫୧୫

ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ବାତିଲ ରହିବ।

କୋରାପୁଟରୁ ଆଂଶିକ ଭାବେ

ଚାଲିବ ଟ୍ରେନ୍

ସେପ୍ଟେମ୍ବର ୨୩ରେ ହାୱଡ଼ାରୁ

ଯାତ୍ରା ଆରମ୍ଭ କରିଥିବା ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ କୋରାପୁଟରେ ଯାତ୍ରା ଶେଷ କରିବ।

କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନର ଚଳାଚଳ ବାତିଲ ରହିବ।

ସେହିପରି, ସେପ୍ଟେମ୍ବର ୨୫ରେ ଜଗଦଲପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୧୮୦୦୬

ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ

ଏହାର ସେବା ବାତିଲ ରହିବ।

ସେପ୍ଟେମ୍ବର ୨୪ରେ

ରାଉରକେଲାରୁ ଯାତ୍ରା ଆରମ୍ଭ କରିଥିବା ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ମଧ୍ୟ କୋରାପୁଟରେ

ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନର ଚଳାଚଳ ବାତିଲ ରହିବ।

ସେପ୍ଟେମ୍ବର ୨୫ରେ

ଜଗଦଲପୁରରୁ ଚାଲିବାକୁ ଥିବା ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ କୋରାପୁଟରୁ ଯାତ୍ରା ଆରମ୍ଭ

କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହାର ସେବା ବାତିଲ ରହିବ।

ସେପ୍ଟେମ୍ବର ୨୪ରେ

ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିବା ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନର ଚଳାଚଳ ବାତିଲ ରହିବ।

ଏହାଛଡ଼ା, ସେପ୍ଟେମ୍ବର ୨୫ରେ ଜଗଦଲପୁରରୁ ଚାଲିବାକୁ ଥିବା ୧୮୪୪୮

ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।

ଜଗଦଲପୁର–କୋରାପୁଟ ମଧ୍ୟରେ ଏହାର ସେବା ବାତିଲ ରହିବ।

ରେଳବାଇ ପକ୍ଷରୁ

ଯାତ୍ରୀମାନଙ୍କୁ ନିଜ ଟ୍ରେନର ଚଳାଚଳ ସ୍ଥିତି ଯାଞ୍ଚ କରିବା ପରେ ଯାତ୍ରା ଆରମ୍ଭ କରିବାକୁ ଏବଂ

ସେହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande