
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) - ବାଣିଜ୍ୟ ଓ
ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅରୁଣ କୁମାର ବିଶ୍ୱାଳ, କଟକ
ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ଶ୍ରୀ ସୁଜିତ କୁମାର ରାଉଳ ନିଲମ୍ୱିତ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ
କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
ବାଣିଜ୍ୟ ଓ ପରିବହନ ବିଭାଗର
ଅତିରିକ୍ତ ସଚିବ ଶ୍ରୀ ଅରୁଣ କୁମାର ବିଶ୍ୱାଳ ଗିରଫ୍ ହୋଇ ଜେଲ୍ରେ ଥିଲେ । ସେହିପରି,
କଟକ ସର୍କଲ ଜେଲ୍ର ସିନିଅର ସୁପରିନ୍ଟେଣ୍ଡେଣ୍ଟ ଶ୍ରୀ ସୁଜିତ
କୁମାର ରାଉଳ ମଧ୍ୟ ଗିରଫ୍ ହୋଇ ଜେଲ୍ କଷ୍ଟୋଡିରେ ଅଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି
ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା