
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ପଦକ ଜିତିଥିବା ଏସୀୟ
କ୍ରୀଡାବିତଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ସ୍କିଟ୍
ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପରିନାଜ ଧାଲିୱାଲ ଓ ଅନନ୍ତଜୀତ ସିଂହ
ନାରୁକାଙ୍କୁ ହୃଦୟରୁ ଅଭିନନ୍ଦନ। ଏହି ଇଭେଣ୍ଟରେ ଏସିଆନ୍ ଗେମ୍ସ ଇତିହାସରେ ଭାରତ ପାଇଁ ପ୍ରଥମ
ପଦକ ଜିତି ସେମାନେ ଦେଶ ପାଇଁ ଏକ ବିଶେଷ ଗୌରବର ମୁହୂର୍ତ୍ତ ଆଣିଛନ୍ତି। ଶୁଟିଂ ରେଞ୍ଜରେ
ସେମାନଙ୍କର ଧୈର୍ଯ୍ୟ, ଏକାଗ୍ରତା ଓ ଦଳଗତ ଉତ୍କର୍ଷ ଆମକୁ ପୁଣି ଏକଥର ଗର୍ବିତ ହେବାର ସୁଯୋଗ
ଦେଇଛି। ଆଗାମୀ ଦିନରେ ସେମାନେ ଆହୁରି ଅନେକ ସଫଳତା ଓ ଗୌରବର ମାଇଲଖୁଣ୍ଟ ଅତିକ୍ରମ କରନ୍ତୁ ଏହି
ଶୁଭକାମନା।
ଆଉ ଏକ ବାର୍ତ୍ତା ଜାରି କରି
ରାଜ୍ୟପାଳ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ମହିଳା ୧୦,୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ
ପଦକ ଜିତିଥିବା ସୀମା କୁମାରୀଙ୍କୁ ହୃଦୟରୁ ଅଭିନନ୍ଦନ। ଏହା ଏକ ଚମତ୍କାର ସଫଳତା ଏବଂ ଭାରତ
ପାଇଁ ଏକ ଗର୍ବର ମୁହୂର୍ତ୍ତ। ଟ୍ରାକ୍ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଦେଶକୁ ପୁଣି ଥରେ
ଉତ୍ସବ ପାଳନ କରିବାର ଅବସର ଦେଇଛି।
ଅନ୍ୟ ଏକ ଏକ୍ସ ପୋଷ୍ଟରେ
ରାଜ୍ୟପାଳ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ୪x୪୦୦ ମିଟର ମିକ୍ସଡ୍ ରିଲେରେ ରୂପା ପଦକ ଜିତିଥିବା ଏମ୍. ଆର୍.
ପୂଭାମ୍ମା, ବିଥ୍ୟା
ରାମରାଜ, ମନୁ ଟି.
ଏସ୍. ଏବଂ ବିଶାଲ ଟି. କେ.ଙ୍କୁ ହୃଦୟରୁ ଅଭିନନ୍ଦନ। ଦଳଗତ ଭାବନା, ଦୃଢ଼
ସଂକଳ୍ପ ଓ କ୍ରୀଡ଼ା ଉତ୍କର୍ଷର ଏହି ପ୍ରଶଂସନୀୟ ପ୍ରଦର୍ଶନ ଦେଶ ପାଇଁ ଗର୍ବ ଆଣିଛି। ସମଗ୍ର
ଦଳକୁ ଆଗାମୀ ଦିନରେ ନିରନ୍ତର ସଫଳତା ଏବଂ ଆହୁରି ଅନେକ ଗୌରବ ଅର୍ଜନ ପାଇଁ ଶୁଭକାମନା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ୧୦ ମିଟର ଏୟାର ପିସ୍ତଲ
ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁରୁଚି ସିଂହ ଓ କମଲଜୀତଙ୍କୁ ହୃଦୟରୁ
ଅଭିନନ୍ଦନ। ସେମାନଙ୍କର ଚମତ୍କାର ସଠିକତା,
ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ଶୁଟିଂ
କ୍ରୀଡ଼ାରେ ଭାରତର ବଢ଼ୁଥିବା ଶକ୍ତି ଓ ସାମର୍ଥ୍ୟର ଏହା ଏକ ଉତ୍କୃଷ୍ଟ ପ୍ରଦର୍ଶନ।
ଅନ୍ୟ ଏକ ଶୁଭେଚ୍ଛା
ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ୫୦ ମିଟର ରାଇଫଲ୍ ୩
ପୋଜିସନ୍ସ ଟିମ୍ ଇଭେଣ୍ଟରେ ରୂପା ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ରୁଦ୍ରାକ୍ଷ
ବାଳାସାହେବ ପାଟିଲ ଓ ନୀରଜ କୁମାରଙ୍କୁ ହୃଦୟରୁ ଅଭିନନ୍ଦନ। ସଠିକତା, ଧୈର୍ଯ୍ୟ
ଓ ଦଳଗତ ପ୍ରଦର୍ଶନର ଏହି ଚମତ୍କାର ଉଦାହରଣ ଦେଶ ପାଇଁ ଅପାର ଗର୍ବ ଆଣିଛି। ଆଗାମୀ ଦିନରେ ସେମାନେ
ଆହୁରି ଅନେକ ଗୌରବ ଅର୍ଜନ କରନ୍ତୁ, ଏହି ଶୁଭକାମନା।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍
ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା କମଲଜୀତ ଓ ସୁରୁଚି ସିଂହଙ୍କୁ ହୃଦୟରୁ ଅଭିନନ୍ଦନ। ସେମାନଙ୍କର
ଉତ୍କୃଷ୍ଟ ପ୍ରଦର୍ଶନ ଦେଶ ପାଇଁ ଗୌରବ ଆଣିବା ସହ ଟିମ୍ ଇଣ୍ଡିଆ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ
ଅର୍ଜନ କରିଛି। ନିଜର ନିଷ୍ଠା ଓ ଉତ୍କର୍ଷତା ମାଧ୍ୟମରେ ନିରନ୍ତର ଭାବେ ପ୍ରେରଣା ଯୋଗାଇ
ଆସୁଥିବା ଆମର ଏହି ଚାମ୍ପିଅନମାନଙ୍କ ପାଇଁ ଆମେ ଗର୍ବିତ।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ କହିଛନ୍ତି ଯେ, ସୁରୁଚି ସିଂହ ଓ କମଲଜୀତଙ୍କୁ ଏସିଆନ ଗେମ୍ସ୨୦୨୬ର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍
ଟିମ୍ ଇଭେଣ୍ଟରେ ଏସିଆନ୍ ରେକର୍ଡ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହାର୍ଦ୍ଦିକ
ଅଭିନନ୍ଦନ। ସେମାନେ ନିଜର କ୍ରୀଡ଼ା ଜୀବନରେ ଆହୁରି ଉତ୍କର୍ଷ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ
ଆଣନ୍ତୁ। ଭବିଷ୍ୟତ ପାଇଁ ସେମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସୁରୁଚି ସିଂହ ଓ କମଲଜୀତ ୧୦ ମିଟର
ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଏସିଆନ୍ ଗେମ୍ସ ୨୦୨୬ରେ ଭାରତ
ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଛନ୍ତି। ଏକାଗ୍ରତା, ଆତ୍ମବିଶ୍ୱାସ
ଓ ଧୈର୍ଯ୍ୟର ଏହି ଚମତ୍କାର ପ୍ରଦର୍ଶନ ଭାରତୀୟ କ୍ରୀଡ଼ା ପାଇଁ ଏକ ଗର୍ବର ମୁହୂର୍ତ୍ତ!
ଅନ୍ୟ ଏକ ବାର୍ତ୍ତା ଜାରି
କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ୫୦ ମିଟର ରାଇଫଲ୍ ୩
ପୋଜିସନ୍ସ ଟିମ୍ ଇଭେଣ୍ଟରେ ରୂପା ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ରୁଦ୍ରାକ୍ଷ
ବାଳାସାହେବ ପାଟିଲ ଓ ନୀରଜ କୁମାରଙ୍କୁ ଅଭିନନ୍ଦନ। ବଡ଼ ମଞ୍ଚରେ ସଠିକତା, ଶୃଙ୍ଖଳା
ଓ ଦୃଢ଼ ଅଧ୍ୟବସାୟର ଏହା ଏକ ଉତ୍କୃଷ୍ଟ ପ୍ରଦର୍ଶନ। ଶୁଟିଂ କ୍ରୀଡ଼ାରେ ଭାରତର ବଢ଼ୁଥିବା
ଗୌରବରେ ସେମାନଙ୍କର ଏହି ପ୍ରଦର୍ଶନ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି। ପ୍ରେରଣା ଦେଇଚାଲନ୍ତୁ, ଆହୁରି
ଉଚ୍ଚ ଲକ୍ଷ୍ୟ ହାସଲ କରିଚାଲନ୍ତୁ ଏହି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା