
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି
ପଣ୍ଡିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ରାଜ୍ୟପାଳ,
ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନମନ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି କହିଛନ୍ତି ଯେ,ପଣ୍ଡିତ ଦୀନଦୟାଲ
ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଅବସରରେ ସମନ୍ୱିତ ମାନବବାଦର ଦୂରଦର୍ଶୀ ପ୍ରବର୍ତ୍ତକଙ୍କୁ ମୁଁ
ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ‘ଅନ୍ତ୍ୟୋଦୟ’ ଦର୍ଶନ ଏବଂ ସେବା, ସରଳତା ଓ ସମାବେଶୀ ବିକାଶର ଆଦର୍ଶ ଆଜି ମଧ୍ୟ ଦେଶକୁ ପ୍ରେରଣା ଯୋଗାଇ
ଚାଲିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ, ଦାର୍ଶନିକ, ଅର୍ଥନୀତିଜ୍ଞ, ଏକାତ୍ମ
ମାନବବାଦର ପ୍ରବର୍ତ୍ତକ ତଥା ଭାରତୀୟ ଜନସଂଘର ଅନ୍ୟତମ ପ୍ରମୁଖ ନେତା ପଣ୍ଡିତ ଦୀନଦୟାଲ
ଉପାଧ୍ୟାୟଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।ରାଷ୍ଟ୍ର ପ୍ରତି ତାଙ୍କର ନିଷ୍ଠା, ଏକାତ୍ମ
ମାନବବାଦର ଚିନ୍ତାଧାରା ଏବଂ ଅନ୍ତ୍ୟୋଦୟ ମାଧ୍ୟମରେ ସମାଜର ଶେଷ ଧାଡ଼ିର ଲୋକଙ୍କ କଲ୍ୟାଣ ପାଇଁ
ତାଙ୍କ ଅବଦାନ ଭାରତୀୟ ଜନଜୀବନରେ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ମାତାର ସୁଯୋଗ୍ୟ
ସନ୍ତାନ,
ଏକାତ୍ମ ମାନବବାଦ ଏବଂ ଅନ୍ତ୍ୟୋଦୟର ପ୍ରଣେତା, ଉତ୍କୃଷ୍ଟ ସଙ୍ଗଠନକର୍ତ୍ତା, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ଏବଂ
ପ୍ରେରଣାର ସ୍ରୋତ,ପଣ୍ଡିତ ଦୀନଦୟାଲ
ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଆନ୍ତ୍ୟୋଦୟ ଦିବସ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ
ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରବାଦୀ, ଜନସଂଘର
ପ୍ରତିଷ୍ଠାତା ତଥା ‘ଏକାତ୍ମ ମାନବବାଦ’ର ପ୍ରବର୍ତ୍ତକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ
ଚିନ୍ତାଧାରା, ରାଷ୍ଟ୍ରସେବା
ପ୍ରତି ସମର୍ପଣ ଏବଂ ଅନ୍ତ୍ୟୋଦୟର ଆଦର୍ଶ ଆମ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ ଜଣାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ଏକାତ୍ମ ମାନବବାଦ ଏବଂ ଅନ୍ତୋଦୟ ଦର୍ଶନର ସ୍ରଷ୍ଟା, ଅଗ୍ରଣୀ ରାଷ୍ଟ୍ରବାଦୀ ତଥା ଉତ୍କୃଷ୍ଟ ସଂଗଠକ ପଣ୍ଡିତ ଦିନଦୟାଲ
ଉପାଧ୍ୟାୟଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ତାଙ୍କ ଆଦର୍ଶ ଭରା ଜୀବନ ସର୍ବଦା ଆମ ସମସ୍ତଙ୍କୁ
ରାଷ୍ଟ୍ର ସେବା କରିବାକୁ ପ୍ରେରଣା ଯୋଗାଉଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଏକାତ୍ମ ମାନବବାଦ’ର ପ୍ରବର୍ତ୍ତକ, ଜନସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ମୋ ଭଳି କୋଟି
କୋଟି କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାସ୍ରୋତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ଅବସରରେ
ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି।
ଶ୍ରଦ୍ଧେୟ ଦୀନଦୟାଲଜୀ
‘ଅନ୍ତ୍ୟୋଦୟ’ର ବିଚାର ମାଧ୍ୟମରେ ଏହି ବାର୍ତ୍ତା ଦେଇଥିଲେ ଯେ, ରାଷ୍ଟ୍ରର ପ୍ରଗତି ସେତେବେଳେ ହିଁ ସାର୍ଥକ ହେବ,
ଯେତେବେଳେ ବିକାଶର ସୁଫଳ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବ। ସରଳତା,
ସେବା, ସ୍ୱଦେଶୀ ଓ ମାନବୀୟ ମର୍ଯ୍ୟାଦାକୁ କେନ୍ଦ୍ରରେ
ରଖି ସେ ରାଷ୍ଟ୍ର ନିର୍ମାଣର ଏଭଳି ଏକ ବିଚାରଧାରା ପ୍ରଦାନ କରିଥିଲେ, ଯାହା
ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା