ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି ।
ଦକ୍ଷିଣ ଓଡ଼ିଶାରେ ବନ୍ୟା     ପରିସ୍ଥିତି


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା

ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଦିଲ୍ଲୀପ ରାଉତ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର

ଜଳସ୍ତର ବଢିବାରେ ଲାଗିଛି । ଇନ୍ଦ୍ରାବତୀ ଡ୍ୟାମ୍ରେ ୫ଟି ଗେଟ୍ ଖୋଲାଯାଇଛି । ସୁବର୍ଣ୍ଣରେଖା

ନଦୀରେ ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀର ବନ୍ୟା ଜଳ

କେବଳ ସତର୍କ ସୂଚନା ଛୁଇଁବ । ବ୍ରାହ୍ମଣୀ ଓ ମହାନଦୀରେ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ଜଳ

ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande