
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକରେ ଥିବା ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ୩ ଦିନ ବ୍ୟାପି ଆଙ୍ଗନକା ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିର୍ବାଚିତ ଜନ ପ୍ରତିନିଧି, ସାମାଜିକ କର୍ମୀ, ଶିଶୁ ଓ କିଶୋରୀ ବାଳିକା, ମାତୃକମିଟି ସଭ୍ୟ, ଅଭିଭାବକ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମ ଦିନରେ ଅଭିଭାବକ ମାନଙ୍କ ଦ୍ୱାରା ପୋଷଣଯୁକ୍ତ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଥିଲା । ଦ୍ୱୀତିୟ ଦିବସରେ କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ଖେଳ ଆଦି କରାଯାଇଥିଲା । ମଙ୍ଗଳବାର ତୃତୀୟ ଦିନରେ ମହିଳା ଓ ଶିଶୁଙ୍କ ଉନ୍ନତି ପାଇଁ ସୁଭଦ୍ରା, ମମତା ଯୋଜନା ଉପରେ ଆଲୋକପାତ କରାଯାଇଥିଲା । ବିଟିପୁର ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ବିନୋଦିନୀ ଧିରଙ୍କ ତତ୍ୱାବଧାନରେ ଅତିଥି ଭାବେ ସ୍ଥାନୀୟ ସରପଚଂ ସୁଭଦ୍ରା ସିଂହ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ଯୁବନେତା ଚିନ୍ମୟ ମହାପାତ୍ର, ରାଜିବ ଲୋଚନ ରାୟ, ସପନ ସିଂହ, ଜଗବନ୍ଧୁ ସିଂହ, ତୋଫାବିବି ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶ, ଶିକ୍ଷୟିତ୍ରୀ ସଂଘମିତ୍ରା ମହାନ୍ତି, ବାସନ୍ତୀ ଜେନା,ମାତୃକମିଟି ଅଧ୍ୟକ୍ଷ ଗଗନ ବିହାରି ସିଂହ, ସଭ୍ୟ ଅଭିମନ୍ୟୁ ଦାସ,କମଳା ସିଂହ, ରୀତା ମହତାବ, ନିହାରିକା ସିଂହ, ଚନ୍ଦ୍ରଭାନୁ ଘୋଷ,ୱାର୍ଡସଭ୍ୟ ମିନତୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପିଠା କାର୍ଯ୍ୟକ୍ରମରେ ଭାଗ ନେଇଥିବା ମନିଜା କିଶୋରୀ ପଣ୍ଡା, ସସ୍ମିତା ସିଂହ, ଜ୍ୟୋସ୍ନାରାଣୀ ଚନ୍ଦ, ନିଲୁ ମଲ୍ଲିକଙ୍କୁ ପରିପୃଷ୍ଟ ଖାଦ୍ୟ ପ୍ୟାକେଟ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅଙ୍ଗନୱାଡି କର୍ମୀ ବିନୋଦିନୀ ଧିର, ଆଶା ସସ୍ମିତା ସେଠୀ, ସହାୟିକା ଶାନ୍ତିଲତା ଘୋଷଙ୍କୁ ଉତରୀୟ ଓ ପରିପୃଷ୍ଟ ଖାଦ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କୁଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ଏହି ଦିବସ ପାଳିତ ହୋଇଛି । କେନ୍ଦ୍ରର କର୍ମୀ ଶୁଶିଳା ପଣ୍ଡା ଓ ସହାୟିକା ମମତା ମହାରଣାଙ୍କ ତତ୍ୱାବଧାନରେ ମହାନ୍ତିପଡା ସରପଚଂ ନିହାର ରଞ୍ଜନ ପଣ୍ଡା,ଯାଚଂ କମିଟି ସଦସ୍ୟ ବଳରାମ ଦାଶ,ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ପାଣିଗ୍ରାହୀ, ଆଶା କର୍ମୀ ସୁକାନ୍ତି ସାହୁ, ୱାର୍ଡ ସଭ୍ୟ ମଞ୍ଜୁଲତା ପାଢୀ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ । ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଶେଷ ଦିନରେ ପ୍ରଦୀପ କୁମାର ସେଠୀ, ଦୁର୍ଯୋଧନ ରାଉତ, ଆଲୋକ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅଭିଭାବକ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ