ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ଆହତ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବତନ ରାଲି ଆୟୋଜନ ହୋଇଥିଲା। ଏହି ରାଲିରେ ପ୍ରଦେଶ ମହ
h


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବତନ ରାଲି ଆୟୋଜନ ହୋଇଥିଲା। ଏହି ରାଲିରେ ପ୍ରଦେଶ ମହିଳା କଂଗ୍ରେସ ସରକାର ବିରୋଧୀ ସ୍ଲୋଗାନ ଦେବାବେଳେ ମହିଳା ପୋଲିସ ପକ୍ଷରୁ ହଠାତ ଆକ୍ରମଣ ହୋଇ ଧସ୍ତାଧସ୍ତି ଆରମ୍ଭ କରାଯାଇଥିଲା ।ପୋଲିସର ଆକ୍ରମଣ ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଆହତ ହେବାରୁ ତାଙ୍କୁ ସମ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା ଚାଲିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ସୂଚନା ମିଳିଛି । ଶ୍ରୀମତୀ ବାହିନୀପତିଙ୍କ ସହ ମହିଳା କଂଗ୍ରେସର ଅନେକ ନେତ୍ରୀ ପୋଲିସର ବର୍ବର ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ଏହାକୁ ନେଇ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରିବା ସହ ପୋଲିସର ଏଭଳି ଅସମ୍ବିଧାନିକ ଓ ଅମାନୁଷିକ କାର୍ଯ୍ୟକୁ କଠୋର ସମାଲୋଚନା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande