କଂଗ୍ରେସର ଅହୋରାତ୍ର ଧାରଣା ପ୍ରତ୍ୟାହୁତ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) -ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀ ନେଇ ପ୍ରଦେଶ କଂଗ୍ରେସ ତରଫରୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ପ୍ରଦର୍ଶନ ମଙ୍ଗଳବାର ପ୍ରତ୍ୟାହୁତ ହୋଇଛି । ଦିଲ୍ଲୀରେ ସିଡବ୍ଲ୍ୟୁସି ବୈଠକରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ଦେଶବ୍ୟ
ht


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) -ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀ ନେଇ ପ୍ରଦେଶ କଂଗ୍ରେସ ତରଫରୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ପ୍ରଦର୍ଶନ ମଙ୍ଗଳବାର ପ୍ରତ୍ୟାହୁତ ହୋଇଛି ।

ଦିଲ୍ଲୀରେ ସିଡବ୍ଲ୍ୟୁସି ବୈଠକରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ଦେଶବ୍ୟାପୀ ପ୍ରତ୍ୟହ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଛି । ପୁଣି ଆସନ୍ତା ଅକ୍ଟୋବର ୮ ତାରିଖ ଇଣ୍ଡିଆ ମେଂଡର ଓଡିଶା ବନ୍ଦ ପରିପେକ୍ଷୀରେ କଂଗ୍ରେସ କର୍ମକର୍ତାଙ୍କ ଗହଣରେ ଧାରଣା ସ୍ଥଳରୁ ଓପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଧାରଣା ପ୍ରତ୍ୟାହୁତ ହେଲା ବୋଲି ପ୍ରକାଶ କରିଥିଲେ।ଏହା ସହିତ ରାଜ୍ୟର ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମକର୍ତାଙ୍କୁ ବନ୍ଦ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande