ଭିଜିଲାନ୍ସ ଜାଲରେ ସହକାରୀ କାରଖାନା ଓ ବଏଲର ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ: ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ

ସମ୍ବଲପୁର, ୨୯, ସେପ୍ଟେମ୍ବର (ହି.ସ.) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ସହକାରୀ କାରଖାନା ଓ ବଏଲର ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉମାକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୪ଟି ବହୁତଳ କୋଠା, ଗୋଟିଏ ତିନି ବେଡ୍ରୁମ୍ ବିଶିଷ୍ଟ ଫ୍ଲାଟ୍ ଏବଂ ୨୪ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି। ସେଥି ମଧ୍ୟରେ

ଭୁବନେଶ୍ୱର ନନ୍ଦନ ବିହାରରେ ପ୍ରାୟ ୨,୯୦୦ ବର୍ଗଫୁଟର ଡୁପ୍ଲେକ୍ସ, ପୁରୀ କୋଣାର୍କ ରାସ୍ତା ସଂଲଗ୍ନ ବାଲିଗୁଆଳିରେ ପ୍ରାୟ ୪,୦୦୦ ବର୍ଗଫୁଟର ତିନିମହଲା କୋଠା, ଖୋର୍ଦ୍ଧା ବାଲୁଗାଁରେ ପ୍ରାୟ ୪,୦୦୦ ବର୍ଗଫୁଟର ଦୁଇମହଲା କୋଠା ଏବଂ ଜଟଣୀ ନିକଟ ବରକୁଦାରେ ପ୍ରାୟ ୨,୪୬୦ ବର୍ଗଫୁଟର ଏକ କୋଠା ଠାବ ହୋଇଛି । ଏହା ସହିତ ସମ୍ବଲପୁର ଧନକଉଡ଼ା ସ୍ଥିତ ସନ୍ସିଟି ଆପାର୍ଟମେଣ୍ଟରେ ପ୍ରାୟ ୨,୦୦୦ ବର୍ଗଫୁଟର ଏକ ଫ୍ଲାଟ୍ ରହିଛି। ଠାବ ହୋଇଥିବା ୨୪ଟି ପ୍ଲଟ୍ ମଧ୍ୟରୁ ଭୁବନେଶ୍ୱର ଓ ଜଟଣୀରେ ୮ଟି, ଖୋର୍ଦ୍ଧା ଉପକଣ୍ଠରେ ୩ଟି, ସମ୍ବଲପୁର ସହର ଓ ଆଖପାଖରେ ୮ଟି, ବୁର୍ଲାରେ ୩ଟି ଏବଂ ରେଙ୍ଗାଲିରେ ମଧ୍ୟ ୨ଟି ପ୍ଲଟ୍ ରହିଛି। ଆଜିର ଚଢ଼ାଉରେ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ବହୁତଳ କୋଠା ୪ଟି, ଗୋଟିଏ ଫ୍ଲାଟ୍, ୨୪ ଟି ମୂଲ୍ୟବାନ ପ୍ଲଟ୍, ସୁନା ଗହଣା ପ୍ରାୟ ୩୦୦ ଗ୍ରାମ୍, ୩୬.୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମାଖାତା, ଏକାଧିକ ବ୍ୟାଙ୍କର ଏଟିଏମ୍, ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ଦୁଇଚକିଆ ଗାଡ଼ି ସହ ପ୍ରାୟ ୭.୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ସମେତ ଏବେବି ତଦନ୍ତ ଜାରି ରହିଛି ।

ସମ୍ବଲପୁର ଭିଜିଲାନ୍ସ ବିଭାଗ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୭ଟି ଟିମକୁ ନେଇ ଏହି ଚଢ଼ାଉ କରିଛନ୍ତି। ଉମାକାନ୍ତଙ୍କ ଆଦିଅନ୍ତ ତନଖିରେ ୨୦୦୯ ଫେବୃଆରୀ ୬ ତାରିଖରେ ମାତ୍ର ୧୫ ହଜାର ଟଙ୍କା ମାସିକ ବେତନରେ ରାଉରକେଲାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପରେ ଅନୁଗୋଳରେ କାର୍ଯ୍ୟ କରି ୨୦୨୦ ଡିସେମ୍ବର ପହିଲାରୁ ସମ୍ବଲପୁରରେ କାର୍ଯ୍ୟରତ ଅଛନ୍ତି। ହେଲେ ଉମାକାନ୍ତ କାର୍ଯ୍ୟ କରି ଆସିଥିବା ବିଭିନ୍ନ ଜିଲ୍ଲାର ଶିଳ୍ପାଞ୍ଚଳ ଗୁଡ଼ିକରେ ଶିଳ୍ପାନୁଷ୍ଠାନର ତ୍ରୃଟି, ଶ୍ରମିକ ମୃତାହତ ଓ ନିର୍ଦ୍ଧିଷ୍ଟ କିଛି କଳକାରଖାନାର ଶ୍ରମିକ ମାରଣ ନୀତିକୁ ବେଆଇନ ସମର୍ଥନ କରି ବହୁ ମୋଟା ଅଙ୍କର କଳାଧନ ଠୁଳ କରିବା, ବିଶେଷ କରି କିଣିଥିବା ଓ ନିର୍ମାଣ କରିଥିବା ଅସ୍ଥାବର ସମ୍ପତ୍ତିର ବକେୟା ପ୍ରାପ୍ୟ ପରିଶୋଧରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ତାଙ୍କ ବିରୋଧରେ ରୀତିମତ କିଛି ସହକର୍ମୀ ଓ ଠିକାଦାର ଷଡ଼ଯନ୍ତ୍ର କରିଆସୁଥିଲେ ବୋଲି ଶୁଣିବାକୁ ମିଳୁଛି । ମାନ୍ୟବର କୋର୍ଟରେ ତାଙ୍କ ଠାରୁ ଠାବ ସମ୍ପତ୍ତିର ପ୍ରକୃତ ଉତ୍ସ ସମ୍ପର୍କରେ ପଚରାଉଚରା କରିବାରେ ସେ କୌଣସି ସଠିକ୍ ଉତ୍ତର ଦେଇ ପାରୁନାହାଁନ୍ତି । ଏବେ ଏହି ଚଢ଼ାଉ ଜାରି ରହିଥିବାରୁ ଆଗାମୀ ସମୟରେ ଆହୁରି ବହୁ ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande