
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ୬ଷ୍ଠ ଥର ବନ୍ୟାର ଧିରେ ଧିରେ ସୁଧାର ଆସୁଛି। ହେଲେ ଏବେବି ଆରଡି ପୀଠ ମୁଖ୍ୟ ରାସ୍ତା ସହ ଗାଁ ରାସ୍ତା ଓ ଘୋଷରାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଦୀର୍ଘ ୫ଦିନ ହେଲା ୧୫ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ସେହିପରି ବୋଡ଼ା ନିକଟରେ ଆଖଣ୍ଡଳମଣି- କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବହୁ ସ୍ଥାନରେ କଂକ୍ରିଟ ରାସ୍ତା ଧୋଇ ଯାଇଥିବାରୁ ବିପଦ ପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକମାନେ। ବିଶେଷକରି ବନ୍ୟାଂଚଳରେ ନଳକୂପ ଓ ଉଠା ଜଳପ୍ରକଳ୍ପ ବନ୍ୟା ପାଣିରେ ବୁଡି ରହିଥିବାରୁ ପିଇ୍ୱା ପାଣିର ସଙ୍କଟ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୋତଲ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ଲୋକଙ୍କର ଶୋଷ ମେଂଟାଇ ପାରୁନାହିଁ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ