ଭଦ୍ରକ କଲେଜରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସରକାରଙ୍କର ସେବା ପକ୍ଷ ଅଭିଯାନ -୨୦୨୬ ଉପଲକ୍ଷେ ପଥପ୍ରାନ୍ତ ନାଟକ'' ସଂଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ପଥପ୍ରାନ୍ତ ନାଟକର ମହତ୍ୱ ବିଷୟରେ ଦର୍ଶକମାନଙ୍କୁ ଅବଗତ କରାଇଥିଲେ। ସରକାରଙ୍କର ବିଭ
BHADRAK COLLEGE PATHAPRANTA NATAK


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସରକାରଙ୍କର ସେବା ପକ୍ଷ ଅଭିଯାନ -୨୦୨୬ ଉପଲକ୍ଷେ ପଥପ୍ରାନ୍ତ ନାଟକ' ସଂଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ପଥପ୍ରାନ୍ତ ନାଟକର ମହତ୍ୱ ବିଷୟରେ ଦର୍ଶକମାନଙ୍କୁ ଅବଗତ କରାଇଥିଲେ। ସରକାରଙ୍କର ବିଭିନ୍ନ ପ୍ରଗତିମୂଳକ ଯୋଜନା ଉପରେ କଲେଜର ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକଟିକୁ ଚମତ୍କାର ଭାବେ ପରିବେଷଣ କରିଥିଲେ। ଶତାଧିକ ଦର୍ଶକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରମୁଗ୍ଧ ହୋଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡଃ ସୁଦର୍ଶନ ଦାସ ଓ ଇତିହାସ ବିଭାଗର ମୁଖ୍ୟ ଚିଦାନନ୍ଦ ଦାସ ସୁଚାରୁ ରୂପେ ପରିଚାଳନା କରିଥିଲେ। ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଡଃ ଲକ୍ଷ୍ମୀକାନ୍ତ ନାୟକ ଏହି କାର୍ଯ୍ୟକ୍ରମଟିକୁ ସଫଳ ହେବାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande