ବନ୍ତ ପୁରୁଣା ବଜାର ଦୁର୍ଗାପୂଜା ନେଇ ପ୍ରସ୍ତୁତି
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ପୁରୁଣା ବଜାର ଠାରେ ୩ ଶହ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ପୁରାତନ ଦୁର୍ଗାପୂଜା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଦୁର୍ଗାପୂଜାକୁ କିପରି ମହା ସମାରୋହରେ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏହାକୁ ଅଧିକ ଆକର୍ଷଣ
ବନ୍ତ ପୁରୁଣା ବଜାର ଦୁର୍ଗାପୂଜା ନେଇ ପ୍ରସ୍ତୁତି


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ପୁରୁଣା ବଜାର ଠାରେ ୩ ଶହ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ପୁରାତନ ଦୁର୍ଗାପୂଜା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଦୁର୍ଗାପୂଜାକୁ କିପରି ମହା ସମାରୋହରେ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏହାକୁ ଅଧିକ ଆକର୍ଷଣୀୟ କରିବା ନେଇ ମାଙ୍କ ମୃଣୟ ମୂର୍ତି, ଆକର୍ଷଣୀୟ ତୋରଣ, ଦୋଳି, ମିନାବଜାର ଓ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀଙ୍କୁ ସଭାପତି ଓ ଯୁବନେତା ଜ୍ୟୋତିରଞ୍ଜନ ନାୟକଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା । ବାଦଲ ମଜୁମଦାର, କେଦାରନାଥ ମହାନ୍ତି, ଅଶୋକ ବେହେରା, ଶତ୍ରୁଘ୍ନ ମହାରାଜ, ଆଲୋକ ମୁଖାର୍ଜୀ, ସୂର୍ଯ୍ୟମଣୀ ଜେନା,ସୁସିଲ ଦାସ, ସତ୍ୟନାରାୟଣ ପାଣି, ଗଦାଧର ବେହେରା, ଶିବନାରାୟଣ ମହାନ୍ତି, ଦିବ୍ୟ କୁମାର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ୫ ଦିନ ଧରି ଏହି ପୂଜା ପାଳନ ହେବାକୁ ଥିବା ବେଳେ ବନ୍ତ ବ୍ଲକ ସମେତ ହାଟଡିହି, ଆନନ୍ଦପୁର, ଭଣ୍ଡାରିପୋଖରୀ ଆଦି ବ୍ଲକରୁ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପୂଜାକୁ ଉପଭୋଗ କରିବାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥାଏ । ବନ୍ତ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande