ବିବେକାନନ୍ଦ ବକ୍ତୃତାମାଳା ଓ ସବୁଜାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା, ୨୯ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ନୂଆପଡ଼ା ପକ୍ଷରୁ ଏକ ସବୁଜାୟନ କାର୍ଯ୍ୟକ୍ରମ ସହ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ସ
Bibekananda bakruta mala


ନୂଆପଡ଼ା, ୨୯ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ନୂଆପଡ଼ା ପକ୍ଷରୁ ଏକ ସବୁଜାୟନ କାର୍ଯ୍ୟକ୍ରମ ସହ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟା ସବିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ କଳା ବିକାଶର ସେକ୍ରେଟାରୀ ବିଭୂତି ଭୂଷଣ ବିଶି ଓ ବଲାଙ୍ଗୀର ଜୋନ୍ ସେକ୍ରେଟାରୀ ଡଃ. ତରୁଣ କୁମାର ପ୍ରଧାନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବନ୍ଦନା ପଣ୍ଡା, ସବିତା ସୁନାନୀ, ସ୍ୱାଗତିକା ଖମାରୀ ଓ ଅର୍ଚ୍ଚନା ପଣ୍ଡା ସହଯୋଗ କରିଥିଲେ।

ପରେ ଆୟୋଜିତ ଉଦ୍ବୋଧନୀ କାର୍ଯ୍ୟକ୍ରମରେ ବିଭୂତି ଭୂଷଣ ବିଶି ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ଆଦର୍ଶ ଓ ସମାଜ ଗଠନରେ ଯୁବ ସମାଜର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଯୁବପିଢ଼ି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତିରେ ନିଜର ଭୂମିକା ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷୟିତ୍ରୀ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande