ଧାମନଗର ଏନ୍ଏସି ଇଓଙ୍କ ଉପରେ ସରକାରୀ ଛାଟ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ସନ୍ତୋଷ ନାୟକ ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ, ଭଦ୍ରକରେ ରହିବ ମୁଖ୍ୟାଳୟରେ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ଧାମନଗର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ତୋଷ କୁମାର ନାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛି। ସେପ୍େଟମ୍ବର ୨୮ ତାରିଖରେ ବିଭାଗ ପକ୍ଷରୁ ଜାରି ଆ
DHAMNAGAR NAC EO NILAMBITA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ଧାମନଗର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ତୋଷ କୁମାର ନାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛି। ସେପ୍େଟମ୍ବର ୨୮ ତାରିଖରେ ବିଭାଗ ପକ୍ଷରୁ ଜାରି ଆଦେଶ ନଂ. ୨୭୩୭୩ରେ ଏହି ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ରହିଛି।ବିଭାଗୀୟ ଆଦେଶ ଅନୁଯାୟୀ, ଶ୍ରୀ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିଚାରାଧୀନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସିଭିଲ୍ ସର୍ଭିସ୍ (ସିସି ଆଣ୍ଡ୍ ଏ) ରୁଲ୍ସ, ୧୯୬୨ର ନିୟମ-୧୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ କାଳରେ ଶ୍ରୀ ନାୟକଙ୍କ ମୁଖ୍ୟାଳୟ ଭଦ୍ରକ ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ରହିବ। ପିଡି ଙ୍କ ବିନା ଅନୁମତି ରେ। ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।ଅନ୍ୟପକ୍ଷରେ, ନିଲମ୍ବନ କାଳରେ ନିୟମାନୁଯାୟୀ ସେ ଗୁଜୁରାଣ ଭତା ପାଇବାକୁ ଯୋଗ୍ୟ ହେବେ। ଏହି ଆଦେଶର ନକଲ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇଛି। ଧାମନଗର ଏନ୍ଏସିର ପ୍ରଶାସନିକ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ବିରୋଧରେ ସରକାରଙ୍କ ଏହି ପଦକ୍ଷେପ ସ୍ଥାନୀୟ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande