ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲ।।ସ୍ତରୀୟ ୨ୟ ପର୍ଯ୍ୟାୟ କ୍ରୀଡ଼ା ପ୍ରତିଯୋଗିତା ହନୁମାନଜିଉ ହାଇସ୍କୁଲ, ଚରମ୍ପା, ତତ୍ୱାବଧାନରେ ରେଳବାଇ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍
DIST. LEVEL 2ND PHASE KRIDA PRATIJOGITA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲ।।ସ୍ତରୀୟ ୨ୟ ପର୍ଯ୍ୟାୟ କ୍ରୀଡ଼ା ପ୍ରତିଯୋଗିତା ହନୁମାନଜିଉ ହାଇସ୍କୁଲ, ଚରମ୍ପା, ତତ୍ୱାବଧାନରେ ରେଳବାଇ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର ଯୋଗଦାନ କରି ପିଲାମାନଙ୍କ ମଧ୍ୟରେ ଲୁକ୍ୟାତ ପ୍ରତିଭାର ପରିସ୍ଫୁଟନ କରିବାକୁ ସୁଯୋଗ ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡ଼. ପ୍ରଫୁଲ କୁମାର ସାହୁ, ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଖଟୁଆ ଯୋଗଦାନ କରିଥିଲେ । ଶଶୀଶେଖର କରଶର୍ମାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ରାଜେନ୍ଦ୍ର କୁମାର ନାୟକ ଉଦ୍ଦ୍ୟେଶ ଜ୍ଞାପନ କରିଥିଲେ । ଭୀମ ଚରଣ ପରିଡ଼ା, ନରେନ୍ଦ୍ର ପ୍ରସାଦ ସାହୁ, ପ୍ରଦୀପ୍ ମହାପାତ୍ର, ମାନସ କୁମାର ନାୟକ, ଜିତେନ୍ଦ୍ର କୁମାର ସାହୁ, ପ୍ରଭୁଦତ୍ତ ପଣ୍ଡା, ମନୋଜ ଶଙ୍ଖୁଆ, ମାନସ ଜେନା, ପ୍ରଭାତ ଜେନା, ସଚ୍ଚିକାନ୍ତ ପଣ୍ଡା, ଅକ୍ଷୟ କୁମାର ସେଠୀ, ରମେଶ ଚୌଧୁରୀ, ତପନ ମିଶ୍ର, ମାନସୀ ପ୍ରଧାନ, ପ୍ରିୟଙ୍କା ମିଶ୍ର, ବିକଶି ସାହୁ, ଅଶୋକ ପଣ୍ଡା, ସେକ୍ ରିୟାଜ୍, ଏସ୍.କେ ସଲିମ, ରଞ୍ଜନ ବେହେରା, ଆରକ୍ଷ ରଞ୍ଜନ ବେହେରା, ଉପମନ୍ୟୁ ଖୁଂଟିଆ, ଜୟନ୍ତୀ ନାୟକ, ରିମା ନାୟକ, ରାଜ କିଶୋର ମଲ୍ଲିକ, ସୁଶାନ୍ତ ବାରିକ୍, ସୁକାନ୍ତ ଜେନା, ବିକ୍ରମ ଦାସ, ସତ୍ୟ ନାୟକ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ୧୪ ବର୍ଷ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକାମାନଙ୍କ ମଧ୍ୟରେ ଦୌଡ଼କୁଦ, ସାଇକେଲିଂ, ଜମ୍ପିଂ, ଥ୍ରୋଇଂ ଇତ୍ୟାଦିରେ ୭ ବ୍ଲକରୁ ୨୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ଦୌଡ଼କୁଦ, ଜମ୍ପିଂ, ଥ୍ରୋଇଂ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହୋଇ ଅଛନ୍ତି ଓ ସାଇକେଲିଂରେ ୧୪ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହୋଇ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande