ଜିଲ୍ଲାସ୍ତରୀୟ ଫଳଚାରା ବଂଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
District level fruit saplings distribution
ଜିଲ୍ଲାସ୍ତରୀୟ ଫଳଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ଏଚ୍.କଟାପାଲି ସ୍ଥିତ ପି.କେ.ଏସ୍.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବୃନ୍ଦାବନ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଫଳଚାରା ବଂଟନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ,ମୁଖ୍ୟବକ୍ତା ଭାବରେ ଜିଲ୍କା ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡ଼ତିଆ , ସମ୍ମାନିତ ଅତିଥି ଭାବରେ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶିକା ଦୀପ୍ତିପ୍ରଭା ଭିତରିଆ,ଏମ୍.ସି.ଏଲ୍ ଓରିଏଂଟ ଏରିଆର ମୁଖ୍ୟ ପ୍ରବନ୍ଧକ କମଳା ବର୍ମା,ଟି.ପି.ଏସ୍.ଏଲ୍ ର ମୁଖ୍ୟ ପ୍ରବନ୍ଧକ ଶୈଳେନ୍ଦ୍ର ପାଣ୍ଡେ, ଓରିଏଂଟ ଏରିଆର ପରିବେଶ ଅଧିକାରୀ ରାହୁଲ କୁମାର, ଜିଲ୍ଲା ପରିବେଶ ସମିତିର ଆଜୀବନ ସଦସ୍ୟ ପ୍ରଜ୍ଜ୍ୱଳ କୁମାର ପଟେଲ ଓ ଗୋବିନ୍ଦ ସାକୁନିଆ, ପି.କେ.ଏସ୍.ଏସ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ପଧାନ ତଥା ରତ୍ନାକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଇକୋ କ୍ଲବର ମୁଖ୍ୟ ସଂଯୋଜକ,ବନ୍ୟଜନ୍ତୁ ସଂରକ୍ଷକ ତଥା ଜିଲ୍ଲା ବୃକ୍ଷରୋପଣ ତଦାରଖ କମିଟିର ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ଆୟୋଜନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଅତିଥିମାନେ ଏକ ପେଡ଼ ମା' କେ ନାମ ୨.୦ ନାମରେ ଏକ ଲକ୍ଷ ଫଳ ଚାରା ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ବଣ୍ଟନ କରିଥିଲେ । ବୃକ୍ଷରୋପଣ କରି 'ବୃକ୍ଷ ହିଁ ଜୀବନ' ଓ ତାହାର ସୁରକ୍ଷା ପାଇଁ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ଅଧ୍ୟାପିକା ମନ୍ଦାକିନୀ ଶତପଥୀ ପରଚାଳନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande