ଦଶହରା ପୂର୍ଣ୍ଣିମା ପୂଜା ଓ ରଣେଶ୍ୱର ଶିବମନ୍ଦିର ପ୍ରତିଷ୍ଠା ନେଇ ବୈଠକ
Dussehra puja and shiv temple foundation day meeting
ଦଶହରା ପୂର୍ଣ୍ଣିମା ପୂଜା ଓ ରଣେଶ୍ୱର ଶିବମନ୍ଦିର ପ୍ରତିଷ୍ଠା


ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ କଦେଲପିଠାସ୍ଥିତ ମା’ ରାମଚଣ୍ଡୀ ପୀଠରେ ଦଶହରା ପୂର୍ଣ୍ଣିମା ଚଣ୍ଡୀ ପାଠ ଓ ପୂଜା ସହ ରଣେଶ୍ୱର ଶିବମନ୍ଦିର ପ୍ରତିଷ୍ଠା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଦେଲପିଠା ପୀଠ ସଭାପତି ଖିରୋଦ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ଦଶହରା ପୂର୍ଣ୍ଣିମା ଚଣ୍ଡୀ ପାଠ ଓ ପୂଜାର ଦାୟିତ୍ୱ ତୁଲାଇବା ନେଇ ଆଲୋଚନା ହୋଇଥିଲା। ଏଥିସହ ଆସନ୍ତା ମାଘ ମାସରେ ରଣେଶ୍ୱର ଶିବମନ୍ଦିର ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଜିଲ୍ଲା ସଭାପତି ହେମକୁମାର ପ୍ରଧାନ, ଜିଲ୍ଲା ସମ୍ପାଦକ ନରୋତମ ପଧାନ, ପୀଠ ସମ୍ପାଦକ ରମେଶ ସା, ସହସମ୍ପାଦକ ଜଗଦୀଶ ପଧାନ, କୋଷାଧ୍ୟକ୍ଷ ନିରାକାର ବଢ଼ାଇଙ୍କ ସମେତ ବିଭିନ୍ନ ଅଞ୍ଚଳର ପ୍ରତିନିଧି ଓ ସଭାପତିମାନେ ଯୋଗଦେଇଥିଲେ।

ଛୁଆଲିବେର୍ଣ୍ଣ ସଭାପତି ସୁଶୀଲ ପଧାନ, ବରତାପ ସଭାପତି ଟିକନାଥ ବଢ଼ାଇ, ବାଘମୁଣ୍ଡା ସଭାପତି ନାରାୟଣ ଖମାରି, ଭାନୁରଖୋଲ ସଭାପତି ଦୁର୍ଲଭ ବିଶ୍ୱାଳ, ସମରବଗା ସଭାପତି ଅକ୍ଷୟ ପଧାନ, କନକତୁରା ସଭାପତି ବିରାଟ ବିଶ୍ୱାଳ, ଧୂଲୁଣ୍ଡା ସଭାପତି କୃପାସିନ୍ଧୁ ବିଶ୍ୱାଳଙ୍କ ସମେତ କୁଲତା ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande