ଅବକାରୀ ଚଢ଼ାଉ, ଦୁଇ ଦିନରେ ୧୪ ଗିରଫ
Excise raid and arrest 14 persons
ଅବକାରୀ ଚଢ଼ାଉ, ଦୁଇ ଦିନରେ ୧୪ ଗିରଫ


ଝାରସୁଗୁଡା, ୨୯ ସେପ୍େଟମ୍ବର (ହି.ସ.) - ଜିଲ୍ଲାପାଳ କୁଣକ୍ଷଳ ମୋତିରାମ ଚୌହାଣଙ୍କ ନିର୍ଦେଶ କ୍ରମେ ଗତ ଦୁଇ ଦିନରେ (୨୮/୦୯/୨୦୨୬ ଏବଂ ୨୯/୦୯/୨୦୨୬) ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା-ଝାରସୁଗୁଡା ରେଲ୍ୱେଷ୍ଟେସନ, ସାଗରପାଲି, ପୁରୁଣାବସ୍ତି, ସରବେର୍ଣ୍ଣକ୍ଷ, ଚି଼ଠୁଆପଡା, ରଘୁନାଥପାଳି, ନିକ୍ତିମାଲ, ତେଲିଡିହି, ଜୁନାନିମୁଣ୍ଡା, ଆମଦରହ, ଚୂଆକାନୀ, ଅମକ୍ଷପାଲି, କଣ୍ଢେଇକେଲା ଓ ଗୁମାଡେରା ଅଂଚଳରେ ଅବକାରୀ ଚଢ଼ାଉ କରାଯାଇ ମୋଟ ୧୭ ଗୋଟି ମାମଲା ରୁଜୁ କରାଯାଇ ସେଥିରେ ସମ୍ପୃକ୍ତ ଥିବା ୧୪ ଜଣ ଆସାମୀ (୧୨ ଜଣ ପୁରୁଷ ଓ ଦୁଇ ଜଣ ମହିଳା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି କ୍ଷ ରଘୁନାଥପାଳି ଗ୍ରାମର ଅଶୋକ ପ୍ରଧାନଙ୍କ ଠାରୁ ୭.୫ କେଜି ଗଂଜେଇ, ଝାରସୁଗୁଡା ରେଲ୍ୱେଷ୍ଟେସନ ରୁ ୯.୭୫ କେଜି ଗଂଜେଇ, ନିକ୍ତିମାଲ ଗ୍ରାମର ବିଷ୍ଣ ଦେବ ବେହେରାଙ୍କ ଠାରୁ ୦.୩୦୭ କେଜି ଗଂଜେଇ ଓ ତେଲିଡିହି ଗ୍ରାମର ଲୋକନାଥ ତୋଡଙ୍କ ଠାରୁ ୦.୩୨୭ କେଜି ଗଂଜେଇ, ମୋଟ - ୧୭.୮୮ କେଜି ଗଂଜେଇ ଜବତ କରିବା ସହିତ ସେହିପରି ଦେଶୀ ମଦ ୧୯୨ ଲିଟର, ବିଦେଶୀ ମଦ ୪.୩୨ ଲିଟର, ବିଅର ମଦ ୧୪.୩୦ ଲିଟର, ହାଣ୍ଡିଆ ୧୦୦.୦୦ ଲିଟର, ମହୁଲ ପୋଚ ୧୨୦୦.୦୦ କେଜି ଜବତ କରିବା ସହିତ ଗୋଟିଏ ମୋଟର ସାଇକଲ ମଧ୍ୟ ଜବତ କରାଯାଇଅଛି । ଏହି ଚଢଉକୁ ଆହୁରି ତ୍ୱରାନିତ କରିବାକୁ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠି ଅବକାରୀ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande