ବଲାଙ୍ଗିର ଗାୟତ୍ରୀ ପରିବାରର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଗାୟତ୍ରୀ ପରିବାରର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପିଠ ଗୋପାଳଜି ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଦ
ବଲାଙ୍ଗିର ଗାୟତ୍ରୀ ପରିବାର ର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ

ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଗାୟତ୍ରୀ ପରିବାରର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପିଠ ଗୋପାଳଜି ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।

ଆରମ୍ଭରେ ଦୀପ ପ୍ରଜ୍ଜ୍ଵଳନ, ଗୁରୁ ବନ୍ଦନା ଗାୟତ୍ରୀ ମାତା ପୂଜନ ଗୁରୁଜୀ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଗୁରୁ ମାତାଙ୍କ ପୂଜନ, ଗାୟତ୍ରୀ ମନ୍ତ୍ର ପାଠ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଞ୍ଚାସୀନ ଥିଲେ ନାରୀ ଜାଗରଣ ସଂଯୋଜିକା ଶ୍ରୀମତୀ ଉର୍ମିଲା ମିଶ୍ର, ଯୁଗ ସାହିତ୍ୟ ଗାୟତ୍ରୀ ଭବନ ଭୁବନେଶ୍ବର ଦୂର୍ଗା ପ୍ରସାଦ ରାୟ, ଶକ୍ତିପୀଠର ମୁଖ୍ୟଟ୍ରଷ୍ଟି ଧ୍ୟାପକ ଛବିଲ ବଗର୍ତ୍ତୀ, ଅମୃତା ବେହରା, ବିଚିତ୍ର କୁମାର ସାହୁ, ମହିଳା ସଂଯୋଜିକା ବୀଣାପାଣି ଆଚାର୍ଯ୍ୟ ଓ ନିମାଇଁ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରାରମ୍ଭିକ ଉଦବୋଧନ ଶ୍ରୀ ଗୁପ୍ତା ଦେଇଥିବା ପରେ ଯୁବ ଉତ୍କର୍ଷ ଉପରେ ଶ୍ରୀ ରାୟ ଯୁବଶକ୍ତି ଉପରେ କହି ଜୁବା ମାନଂକ ଭବିଷ୍ୟତ ନିର୍ମାଣ ଓ ବ୍ୟକ୍ତିତ୍ୱ ନିର୍ମାଣ ଉପରେ କହିଥିଲେ। ନାରୀ ଜାଗରଣ ଉପରେ ଶ୍ରୀମତୀ ମିଶ୍ର ଓ ବରଗଡରୁ ଆସିଥିବା ଅମୃତା ବେହରା ମହିଳା ଶକ୍ତି ଓ ତାଙ୍କର ସାମାଜିକ ସଂସ୍କାର ଓ ପରିବାର ଗଠନରେ ନାରୀର ଦାୟିତ୍ଵ ଉପରେ ବିସ୍ତାର ରୂପେ କହିଥିଲେ। ସଭାକୁ ସଂଯୋଜନା କରିଥିଲେ ଶ୍ରୀ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ବଗର୍ତ୍ତୀ। ଜିଲ୍ଲାର ସବୁ ଅଂଚଳରୁ ଗାୟତ୍ରୀ ପରିବାର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande