କେନ୍ଦେଇପଶି–ପାଟଣା ରାସ୍ତାରେ ଗୁଳିକାଣ୍ଡ
କେନ୍ଦୁଝର, ୨୯ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର କେନ୍ଦେଇପୋଷି–ପାଟଣା ରାସ୍ତାର ହନୁମାନ ଛକ ନିକଟରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। ଏହି ଘଟଣାରେ କେନ୍ଦେଇପଶି ଜନସେବା କେନ୍ଦ୍ରର ମାଲିକ ତ୍ରିଲୋଚନ ମହାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ତ୍ରିଲୋଚନ ମହାନ୍ତଙ୍କ ଘ
Gulikanda


କେନ୍ଦୁଝର, ୨୯ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର କେନ୍ଦେଇପୋଷି–ପାଟଣା ରାସ୍ତାର ହନୁମାନ ଛକ ନିକଟରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। ଏହି ଘଟଣାରେ କେନ୍ଦେଇପଶି ଜନସେବା କେନ୍ଦ୍ରର ମାଲିକ ତ୍ରିଲୋଚନ ମହାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତ୍ରିଲୋଚନ ମହାନ୍ତଙ୍କ ଘର ଖଜିରାପୋଷିରେ। ସେ କେନ୍ଦେଇପୋଷିରେ ଥିବା ନିଜ ଦୋକାନ ବନ୍ଦ କରି ପାଟଣା ଥାନା କ୍ୱାର୍ଟର୍ସରେ ରହୁଥିବା ପରିବାର ନିକଟକୁ ଯାଉଥିବା ସମୟରେ ହନୁମାନ ଛକ ନିକଟରେ ଏହି ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି।

ତାଙ୍କ ପତ୍ନୀ ପାଟଣା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତ୍ରିଲୋଚନଙ୍କୁ କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା, ସେଠାରେ ତାଙ୍କ ମୃତ୍ୟୁ ଘଟିଛି।

ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ପରେ ଅଧିକ ସୂଚନା ସ୍ପଷ୍ଟ ହେବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande