
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ବୈତରଣୀ ଓ ଏହାର ଶାଖା କୋଚିଳା ନଦୀରେ ଆସିଥିବା ଚଳିତ ବର୍ଷର ସପ୍ତମ ବନ୍ୟାରେ ଧାମନଗର ବ୍ଲକର ହସନାବାଦ ପଂଚାୟତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି।ମଙ୍ଗଳବାର ଧାମନଗର କଂଗ୍ରେସର ଏକ ଟିମ ହସନାବାଦ ପଂଚାୟତର ବିଭିନ୍ନ ପ୍ରଭାବିତ ଗ୍ରାମକୁ ଯାଇ ବନ୍ୟା ଦୁର୍ଦ୍ଦଶାର ସ୍ଥିତି ଅନୁଧ୍ୟାନ କରି ପୀଡିତ ଲୋକଙ୍କ ସହିତ ଆଲୋଚନା କରିଥିଲେ।ଏହି ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଯୁବନେତା ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ହସନାବାଦ ପଂଚାୟତସ୍ଥିତ ଅସ୍ତକ ଏବଂ ଅନଳଡ଼ିହ ଗ୍ରାମର ଶହେ ବିପନ୍ନ ପରିବାରକୁ ଚୂଡ଼ା ମୁଢି ଚିନି ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ପ୍ୟାକେଟ ବିତରଣ କରଯାଇଥିଲା।ଧାମନଗର ନଗର କଂଗ୍ରେସ ସଭାପତି ସାମ୍ବାଦିକ ପ୍ରମୋଦ କୁମାର ସ୍ୱାଇଁ,ବରିଷ୍ଠ ସଙ୍ଗଠକ ଚିନ୍ତାମଣି ବାରିକ ପ୍ରଭାତ କୁମାର ପଣ୍ଡା ବିକ୍ରମ ମହାପାତ୍ର ଏସ କେ ଆଜାଦ ମାନସ ତରାଇ ସତ୍ୟ ପୁହାଣ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ ଏବଂ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ