ବେଆଇନ ଗୋ-ଚାଲାଣ ରାକେଟର ପର୍ଦ୍ଦାଫାଶ, କାଲିମେଳା ପୋଲିସ ହାତରେ ୩୨ ଗୋରୁ ଉଦ୍ଧାର
ମାଲକାନଗିରି,୨୯ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବେଆଇନ ଗୋ-ଚାଲାଣ ଉପରେ ଚଢାଉ କରି ପୋଲିସ ୩୨ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ବ୍ଲକର ଭେଙ୍କଟପାଲ
ବେଆଇନ ଗୋ-ଚାଲାଣ ରାକେଟର ପର୍ଦ୍ଦାଫାଶ, କାଲିମେଳା ପୋଲିସ ହାତରେ ୩୨ ଗୋରୁ ଉଦ୍ଧାର


ମାଲକାନଗିରି,୨୯ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବେଆଇନ ଗୋ-ଚାଲାଣ ଉପରେ ଚଢାଉ କରି ପୋଲିସ ୩୨ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ବ୍ଲକର ଭେଙ୍କଟପାଲମ ଅଞ୍ଚଳରେ ବେଆଇନ ଭାବେ ଗୋରୁ ବିକ୍ରି ପାଇଁ ଯାଇଥିବା ନେଇ ଥାନା ଅଧିକାରୀଙ୍କ ପାଖକୁ ଖବର ଆସିଥିଲା । ଖବର ପାଇବା ମାତ୍ରେ ଆଇଆଇସି ପ୍ରଭୁଦତ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ପରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୩୮/୨୬, ଦଫା ୩୦୩(୨)/୩(୫) ବିଏନଏସ ସହ ପଶୁ ନିର୍ଯାତନା ନିବାରଣ ଆଇନ ୧୯୬୦ ର ଧାରା ୧୧(୧)(କେ) ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ଏହି ଗୋ-ଚାଲାଣ ପଛରେ ବାହାର ରାଜ୍ୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande