
ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ କାଳଜୟୀ କଣ୍ଠଶିଳ୍ପୀ ହିନ୍ଦୀ ସିନେ ଜଗତର ପ୍ରଖ୍ୟାତ ଗାୟିକା ଲତାମଂଗେସଙ୍କର ଅଠାନବେତମ ଜନ୍ମ ତିଥି ପାଳନ କରାଯାଇଛି। ଵ୍ରହ୍ମପୁର ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନି ସେଲିବ୍ରସନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର, ଲତା ମଙ୍ଗେସଙ୍କର ସାଧନା, ସଂକଳ୍ପ ସର୍ବୋପରି ସଫଳତା ଉପରେ ଆଲୋକପାତ କରିଥିଲେ | ସମ୍ପାଦକ ଆସଲାମ ଭାଇ ତାଙ୍କର କାଳଜୟୀ ସୁଲଳିତ ସଂଗୀତ ଓ ଦେଶପ୍ରେମ ବିଷୟରେ ଏବଂ ବହୁମୁଖୀ ବିଷୟରେ ବକ୍ତବ୍ୟ ରଖିଥିଲେ | ଏଥିରେ ସହରର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଓ ଲତା ତଥା ସଂଗୀତ ପ୍ରେମୀମାନେ ଯୋଗଦେଇ ସ୍ମୃତି ଚାରଣ ସହ ତାଙ୍କର ଅଭୁଲା ସଂଗୀତ ପରିବେଷଣ କରିଥିଲେ |
ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଡ଼. କୈଳାସ ଚନ୍ଦ୍ର ତ୍ରିପାଠୀ, ଉପସଭାପତି ମହେନ୍ଦ୍ର ନାଥ ସାହୁ, କୋଷାଧ୍ୟକ୍ଷ ସୁନୀଳ କୁମାର ସାହୁ, ସୁବାସ ଚନ୍ଦ୍ର ପଟନାୟକ, ଶ୍ରୀମତୀ ଜୟନ୍ତୀ ପତ୍ର, ଦୀପ୍ତି ପାଢ଼ୀ, ମିଳନ ସାହୁ, ଡାକ୍ତର ରାମହରୀ ଖଣ୍ଡୁଆଳ, କୈଳାସ ଚନ୍ଦ୍ର ପଣ୍ଡା, ସଞ୍ଜୟ ଅଚାରୀ, ଇସ୍ମାଇଲ ଖାନ, ଟୁକୁନି ଦାସ, ସନ୍ତୋଷ ରେଡି ପ୍ରମୁଖ ଯୋଗ ଦେଇଥିଲେ | ପରିଶେଷରେ ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ