ମିଳୁନି ନିଖୋଜ ଶୁଭ୍ରାନ୍ଦୁର ସନ୍ଧାନ, ହତବାକ ହୋଇପଡିଛି ପରିବାର
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଦୁଇ ଦିନ ବିତିଗଲା ପରେ ବି ନିଖୋଜ ଥିବା ୧୦ ବର୍ଷର ବାଳକ ଶୁଭ୍ରାନ୍ଦୁ ପଣ୍ଡାଙ୍କର ସନ୍ଧାନ ମିଳିପାରିନାହିଁ।ଯାହା ତାଙ୍କ ପରିବାର ଓ ପଡ଼ୋଶୀଙ୍କ ଆଖିରେ ଲୁହ ଭରି ଦେଇଛି।ଗତକାଲି ପୂର୍ବାହ୍ନ ପ୍ରାୟ ଏଗାରଟା ବେଳେ ଧାମନଗର ବ୍ଲକ କଟସାହି ପଂଚାୟତ ଅଧୀନ ଜଗନ୍ନାଥପୁର ମ
NIKHOJ SUBHRANDU SANDHAN MILINI


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଦୁଇ ଦିନ ବିତିଗଲା ପରେ ବି ନିଖୋଜ ଥିବା ୧୦ ବର୍ଷର ବାଳକ ଶୁଭ୍ରାନ୍ଦୁ ପଣ୍ଡାଙ୍କର ସନ୍ଧାନ ମିଳିପାରିନାହିଁ।ଯାହା ତାଙ୍କ ପରିବାର ଓ ପଡ଼ୋଶୀଙ୍କ ଆଖିରେ ଲୁହ ଭରି ଦେଇଛି।ଗତକାଲି ପୂର୍ବାହ୍ନ ପ୍ରାୟ ଏଗାରଟା ବେଳେ ଧାମନଗର ବ୍ଲକ କଟସାହି ପଂଚାୟତ ଅଧୀନ ଜଗନ୍ନାଥପୁର ମହାଦେବ ସାହିର ଶ୍ରୀକାନ୍ତ ପଣ୍ଡାଙ୍କ ଏକମାତ୍ର ପୁଅ ଶୁଭ୍ରାନ୍ଦୁ ବନ୍ୟା ପାଣି ଦେଖିବାକୁ ଗାଁ ମୁଣ୍ଡ ଚତର ନାଳ ପୋଲ ନିକଟକୁ ଆସିଥିଲେ।ବନ୍ୟା ପାଣିରେ ନବୁଲି ପଳାଇବା ପାଇଁ ଶୁଭ୍ରାନ୍ଦୁଙ୍କୁ ବଡ଼ ବାପା ତାଗିଦ କରି ଘରକୁ ପଠାଇ ଦେଇଥିଲେ।କିଛି ସମୟ ମଧ୍ୟରେ ଶୁଭ୍ରାନ୍ଦୁ ଘରୁ ଲୁଚି ପାଣି ଦେଖିବା ପାଇଁ ପଳାଇ ଆସିଥିଲେ।ଏହା ପରେ ସେ ଆଉ ଘରକୁ ଫେରି ନଥିଲେ କି କେହି ବି ତାଙ୍କୁ ଦେଖି ନଥିଲେ।ବନ୍ୟା ସ୍ରୋତରେ ସେ ଭାସି ଯାଇଥିବା ସନ୍ଦେହ ସୃଷ୍ଟି ହେବାରୁ ଗତକାଲି ଓଡ୍ରାଫ ଏବଂ ଅଗ୍ନିଶମ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା।କିନ୍ତୁ କୌଣସି ସଂଧାନ ମିଳିନଥିଲା।ଆଜି ମଧ୍ୟ ଓଡ୍ରାଫ ଟିମ ମହାଦେବ ସାହି ଗୁହାଳିପାଳ ଆଦି ବନ୍ୟା ପାଣିରେ ବୁଡି ରହିଥିବା ବିଭିନ୍ନ ସ୍ଥାନରେ ଅନେକ ସମୟଧରି ଖୋଜାଖୋଜି କରି ନିରାଶ ହୋଇଛନ୍ତି।ଛତିଶ ସାମିଲ ନନ୍ଦୋର ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ର ଶୁଭ୍ରାନ୍ଦୁଙ୍କ ନିଖୋଜ ହେବା ଘଟଣାକୁ ଇତିମଧ୍ୟରେ ଅନେକ ସମୟ ବିତିଗଲା ପରେ ସେ ବନ୍ୟା ପାଣିରେ ଭାସି ଯାଇଛନ୍ତି କି କେହି ତାଙ୍କୁ ଅପହରଣ କରି ନେଇଛି ଏମିତି କିଛି ପ୍ରଶ୍ନ ସୃଷ୍ଟି ହୋଇଛି।ଏଭଳି ଦ୍ୱନ୍ଦ ଓ ସନ୍ଦେହ ମଧ୍ୟରେ ପରିବାର ଲୋକେ ମଧ୍ୟ ହାତବକ ହୋଇ ଯାଇଛନ୍ତି।ବାପା ମା ଓ ବଡ଼ ଭଉଣୀ ସମେତ ପୁରା ପରିବାର ଆଖିରେ ଲୁହ ବୋଲ ମାନୁନି।କାନ୍ଦି କାନ୍ଦି ଅବାକ ହୋଇ ପଡ଼ିଥିବା ଘର ଲୋକେ ପୁଅର ସନ୍ଧାନ ଖବରକୁ ଆତୁର ହୋଇ ଚାହିଁ ବସିଛନ୍ତି।ଏଭଳି ଏକ ସମ୍ବେଦନଶୀଳ ଘଟଣା ପୂରା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande