ବୁଧବାର ଶ୍ରୀମନ୍ଦିରରେ ବନକଲାଗି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, ୨୯ ସେପ୍ଟେମ୍ବର (ହି.ସ.)- ଆସନ୍ତା କାଲି ବୁଧବାର ଆଶ୍ବିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ଯା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି
ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ


ପୁରୀ, ୨୯ ସେପ୍ଟେମ୍ବର (ହି.ସ.)- ଆସନ୍ତା କାଲି ବୁଧବାର ଆଶ୍ବିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ଯା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ମଧ୍ଯାହ୍ନଧୂପ ସରିବା ପରେ ଗର୍ଭଗୃହ ବନ୍ଦ ହୋଇ ଏହି ନୀତି ସମ୍ପାଦନ କରାଯିବ। ଦତ୍ତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀବିଗ୍ରହଙ୍କ ମୁଖଶୃଙ୍ଗାର କରିବେ । ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ଓ କେଶର ସୁବାସିତ ପଦାର୍ଥ ମିଶ୍ରଣ କରାଯିବ ।

ବନକଲାଗି ପ୍ରସ୍ତୁତି ପାଇଁ ବନକଲାଗି ଘର ରହିଛି । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ ହେବ । ଏହି ରଙ୍ଗରେ କସ୍ତୁରୀ ଓ କର୍ପୂର ମିଶା ଯିବ । ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande