
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଆସନ୍ତାକାଲି (ବୁଧବାର) ହେବାକୁ ଥିବା ଓଏସଏସଟିଇଟି ପରୀକ୍ଷା ସ୍ଥଗିତ ହୋଇନି, ଆସନ୍ତାକାଲି ହିଁ ପରୀକ୍ଷା ହେବ। ଏନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି ଓଏସଏସଟିଇଟି ହେବ। କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତି ହୋଇନାହିିଁ। ପରୀକ୍ଷା ସ୍ଥଗିତ ନେଇ ଏକ ନୋଟିସ ଘୂରି ବୁଲୁଥିଲା। ଏହି ନୋଟିସ ଫେକ୍ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ବୋର୍ଡ ସଭାପତି।
ସୂଚନାଯୋଗ୍ୟ ଯେ କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ଓଡ଼ିଶା ବନ୍ଦ ଡାକରା ଥିବାବେଳେ ଓଏସଏସଟିଇଟି ପରୀକ୍ଷା ସ୍ଥଗିତ ରହିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏନେଇ ବୋର୍ଡ ସଭାପତି ସ୍ପଷ୍ଟୀକରଣ ରଖିବା ସହ ଆନ୍ଦୋଳନ ବେଳେ ପରୀକ୍ଷାର୍ଥୀଙ୍କ ବାଟ ନଓଗାଳିବା ପାଇଁ ଅନୁରୋଧ କରିଛନ୍ତି। କାଲି ସକାଳ ୯ରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା