ପିତଳରେ ଆଙ୍ଗନ କା ଉତ୍ସଵ ଉଦଯାପିତ
ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକର ପିତଳ ୧ ଓ ୬ ଅଙ୍ଗନଵାଡି କେନ୍ଦ୍ରରେ ଗତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଵା ଆଙ୍ଗନ କା ଉତ୍ସଵ ଆଜି ଉଦଯାପିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ୱ।ର୍ଡସଭ୍ଯା କେ. କମଳଲୋଚନ, ପିତଳ ବାଳିକା ପ୍ର
Qertyuii


ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକର ପିତଳ ୧ ଓ ୬ ଅଙ୍ଗନଵାଡି କେନ୍ଦ୍ରରେ ଗତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଵା ଆଙ୍ଗନ କା ଉତ୍ସଵ ଆଜି ଉଦଯାପିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ୱ।ର୍ଡସଭ୍ଯା କେ. କମଳଲୋଚନ, ପିତଳ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତି ଦାଶ ମଞ୍ଚାସୀନ ହୋଇ ଆଙ୍ଗନା କା ଉତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଉତ୍ତମ କାର୍ଯ୍ୟ ପାଇଁ ଅଙ୍ଗନବାଡି କର୍ମୀ ନମିତା ବେହେରା, ପୁଷ୍ପାଞ୍ଜଳି ପଣ୍ଡା, ଆଶାକର୍ମୀ ରୀତା ମହାପାତ୍ର, ଲକ୍ଷ୍ମୀପଣ୍ତା, ସହାୟିକା ଶ୍ରୀନାପାଢୀ, ନମିତା ପୋଲାଇଙ୍କୁ ଉପଢ଼ୌକନ, ଫୁଲ ତୋଡା, ପୋଷଣ ଝୁଡି ଦେଇ ଉତ୍ସଵରେ ସମ୍ମାନୀତ କରିଥିଲେ। ଏଥିରେ ଛଅ ଜଣ ଅଙ୍ଗନବାଡି ଶିଶୁଙ୍କ ପିତାଙ୍କୁ ସାର୍ଟିଫିକେଟ ସହ ପୃଷ୍ଟିକର ଖାଦ୍ଯଝୁଡି ଦେଇ ସମ୍ମାନିତ କରାଯାଇଛି।

କାର୍ଯ୍ୟକ୍ରମକୁ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନା କରିଥିବା ବେଳେ ନମିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଙ୍ଗନବାଡି ପରିଚାଳନା କମିଟି ସଦସ୍ୟା, ସୁଭଦ୍ରା ହିତାଧିକାରୀ, କିଶୋରୀ ବାଳିକା, ଗର୍ଭବତୀ, ପ୍ରସୂତି ମହିଳା ଓ ଅଙ୍ଗନବାଡି ଶିଶୁ ମାନେ ଯୋଗଦେଇ ଥିଲେ। ପରିଶେଷରେ ସମସ୍ତଙ୍କୁ ତ୍ରିରଙ୍ଗା ଥାଳି ଭୋଜନ ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande