କୋଲାବିରାର ପ୍ରସିଦ୍ଧ ଦକ୍ଷିଣକାଳୀ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
Preparatory meeting boil-yatra
କୋଲାବିରାର ପ୍ରସିଦ୍ଧ ଦକ୍ଷିଣକାଳୀ ବଏଲ ଯାତ୍ରା ପାଇଁ


ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.)- କୋଲାବିରା ଠାରେ ଅକ୍ଟୋବର ୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜଗତଜନନୀ ମା ଦକ୍ଷିଣ କାଳୀଙ୍କ ମନ୍ଦିରରେ ଦଶହରା ପୂଜା ସହ ବହୁ ପ୍ରସିଦ୍ଧ ବଏଲ ଯାତ୍ରା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଆବାହକ ଅସିତ କୁମାର ବହିଦାରଙ୍କ ଆହ୍ବାନକ୍ରମେ ମନ୍ଦିର ପ୍ରାଙ୍ଗଣରେ କର୍ତ୍ତା ଜମିଦାର ବଂଶଜ ରୁଦ୍ରପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଯୋଗେନ୍ଦ୍ର ରାଏ, ସମ୍ପାଦକ ଅସିତ କୁମାର ବହିଦାର, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ପୁରୋହିତ, କମିଟିର ସଦସ୍ୟ ଉପ-ସଭାପତି ବିନୟ ମହାପାତ୍ର, ମନୋଜ ପଧାନ, ସୁକାନ୍ତ ଶେଖର ବହିଦାର, ଛବିଳ ବାଗ, ଶ୍ରୀପ୍ରସାଦ ସାହୁ, ଜଜାତି ବେହେରା, ସୂର୍ଯ୍ୟକୁମାର ପୁରୋହିତ, ଉମର ରଣା, ହରିହର ପାତ୍ର, ସୁରେନ ହୋତା, ଦେବାଶିଷ ବେହେରା, ଦେବାଶିଷ ସିଂ ଠାକୁର, ପ୍ରବୀଣ ସାହୁ, ପପୁନ ଦାସ, ଆଲୋକ ମହାପାତ୍ର, ପ୍ରଦୀପ ଧୁରୁଆ, ଫକିର ସାହୁ, ସଚିନ ମହାପାତ୍ର, ବାବୁ ରାଏ, ଶ୍ରୀମନ୍ତ ସାହୁ, ବୁଲୁ ମହାପାତ୍ର, ଭୀମସେନ ଭଞ୍ଜ, ଅନ୍ତରୁ ପାତ୍ର, ଅଜିତ କଉଡ଼ି, ବିମଲ ସାହୁ, ବିକାଶ ସାହୁ, ସତ୍ୟମ ବଗାର, ଚୁମନ ସାହୁ, କୌଶିକ ସମର୍ଥା, ଲଲିତ ସାହୁ, ରୁକେଶ ନେଟୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ଚଳିତ ବର୍ଷ ମା ଦକ୍ଷିଣ କାଳୀଙ୍କ ପୀଠରେ ହେବାକୁ ଯାଉଥିବା ବିଜୟା ଦଶମୀ ପାଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ରୀତିନୀତି ମୁତାବିକ, ୧୭ ତାରିଖ ମହାସପ୍ତମୀ ପୂଜାରମ୍ଭ ସହ ଅଖଣ୍ଡ ଦ୍ୱୀପ ପ୍ରଜ୍ଵଳନ, ମାନସୀକଧାରୀଙ୍କ ଦ୍ଵାରା ଦମ୍ବୋ (ବଡ ଅଖଣ୍ଡ ଦୀପ) ଆରମ୍ଭ, ୧୮ ତାରିଖ ମହାଷ୍ଟମୀ ପୂଜା, ଭାଇଜିଉନ୍ତୀଆ, ନିଶାପୂଜା ଏବଂ ଖଣ୍ଡା ଧୁଆ ପର୍ବ, ୧୯ ତାରିଖ ନବମୀ ପୂଜା ଏବଂ ୨୦ ତାରିଖ ପୁର୍ଣାହୁତି ପରେ ପୁଜାକାର୍ଯ୍ୟ ସଂମ୍ପନ୍ନ । ପରେ ରାତିରେ ଦେବୀବାହନ ବରୁଆଙ୍କ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବାକ୍ରମରେ ଗ୍ରାମ ପରିକ୍ରମାର ଆୟୋଜନ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା l ଏହା ସହିତ ଆସନ୍ତା ୧୦ ତାରିଖ ଶନିବାର ମହାଳୟା ଦିନ ଉଆଁସ ବଏଲ ଯାତ୍ରାର ମଧ୍ୟ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଥିଲା । ୧୦ ତାରିଖ ରାତିରେ ଦେବୀବାହନ ବରୁଆଙ୍କ ଦେହରେ ଦୈବୀଶକ୍ତି ସଂଚାରିତ ହେବାପରେ ଗ୍ରାମ ପରିକ୍ରମା କରି ପ୍ରତ୍ୟକ୍ଷ ପୂଜା ପାଇବେ। ୮ ତାରିଖ ଗୁରୁବାର ଦେବୀଙ୍କ ନିକଟରେ ଉତଗନ ଲାଗି ପଶ୍ଚାତ ୯ ତାରିଖ ଶୁକ୍ରବାର ଦିନ ଦେବନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା l

ବିଗତ ୧୭ ବର୍ଷ ଧରି ଦେବୀ ବାହନ ବରୁଆ ଭାବରେ କାର୍ଯ୍ୟ ସମ୍ପାଦନ କରିଆସୁଥିବା ଯୋଗି ଯୋଗେନ୍ଦ୍ର ରାଏଙ୍କୁ ଚଳିତ ବର୍ଷ ମଧ୍ୟ ବରୁଆ କାର୍ଯ୍ୟ ତୁଲାଇବାକୁ ଗ୍ରାମବାସୀଙ୍କ ଦ୍ବାରା ଚୟନ କରାଯାଇଛି । ଦଶହରା ପର୍ବ ପାଇଁ ସଦସ୍ୟ ମାନଙ୍କୁ ଦାୟିତ୍ଵ ବଣ୍ଟନ ସହ ବିଭିନ୍ନ ପାରିପାର୍ଶ୍ବକ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande