
ଝାରସୁଗୁଡା, ୨୯ ସେପ୍ଟେମ୍ବର (ହି.ସ.)- କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମ ସୁନାରିପଡ଼ାସ୍ଥିତ ଓଁ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆସନ୍ତା ଦୁର୍ଗାପୂଜା–୨୦୨୬ ଆୟୋଜନ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହେବା ସହ ନୂତନ କମିଟି ଗଠିତ ହୋଇଛି । ଚଳିତ ବର୍ଷର ଦୁର୍ଗାପୂଜାକୁ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରିବା ନେଇ ସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂଜା କର୍ତ୍ତା ଚୟନ ସହିତ ପୂଜା ଆୟୋଜନ, ମଣ୍ଡପ ସାଜସଜ୍ଜା, ଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ଚିଣ୍ଟୁ ସରାଫ ଓ ବନ୍ଦନା ସରାଫଙ୍କୁ ଚୟନ କରାଯାଇଥିଲା । ଏହାସହ ପରିଚାଳନା କମିଟିରେ ସଭାପତି ଯତିନ ସରାଫ, ଉପସଭାପତି ନୀଳକଣ୍ଠ ସରାଫ, ସମ୍ପାଦକ ସୁନୀଲ ସରାଫ, କୋଷାଧ୍ୟକ୍ଷ ରୋହିତ ସରାଫ ଓ ଉପ-କୋଷାଧ୍ୟକ୍ଷ ମିହିର ସରାଫଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି l
ଅନୁଷ୍ଠିତ ସଭାରେ ଉମାକାନ୍ତ ସରାଫ, ଲକ୍ଷ୍ମୀନାରାୟଣ ସରାଫ, ମାନବଞ୍ଜନ ସରାଫ, ଚକ୍ରଧାରି ସରାଫ, ରଞ୍ଜୀବ ସରାଫ, ସଞ୍ଜୟ ସରାଫ, ଆୟୁଷ ସରାଫ, ମିଥୁନ ସରାଫ, ଆଦିତ୍ୟ ସରାଫ, ଅଜୟ ସାହୁ, ରାଜୀବ ସରାଫ, ଭଗବାନ ସରାଫ, ରାମଚନ୍ଦ୍ର ସରାଫ, ଲୋକେଶ ସୋନି, ରାଜେଶ ସରାଫ, ଅଞ୍ଜନ ସରାଫ, ତାପସ ସରାଫ, ସୌରଭ ସରାଫ, ସୁମିତ ସରାଫ, ହେମନ୍ତ ସରାଫ ଓ ଜୟକିଶୋର ସରାଫଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ