ଭଦ୍ରକ ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରୀ ସମିତି ବୈଠକ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ସ୍ୱୟ୍ଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲାର ତିରିଶିଟି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ
RED CROSS KARYAKARI BAITHAK


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ସ୍ୱୟ୍ଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲାର ତିରିଶିଟି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସର ପରାମର୍ଶଦାତା ଯୋଗ ଦେଇଥିଲେ। ଯୁବ ରେଡକ୍ରସର ଜିଲ୍ଲା ଆବାହକ ଡ.ସନାତନ ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡକ୍ରସର ଚେୟାରମେନ୍ ଡ. ଲଳିତ ରଂଜନ ସାହୁ ରେଡକ୍ରସର ବିଭିନ୍ନ ସେବାମୂଳକ ଓ ସାମାଜିକ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମଗୁଡିକୁ ଭଲଭାବରେ ସବୁ ମହାବିଦ୍ୟାଳୟରେ ଆୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ନିଜ ନିଜ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ରେଡକ୍ରସର ମହତ୍ୱ ସମ୍ପର୍କରେ ଅବଗତ କରାଇବାକୁ କହିଥିଲେ। ଜିଲ୍ଲା ଯୁବ ରେଡ୍ କ୍ରସର ସଂଯୋଜିକା ସୁଜାତା ମହାପାତ୍ର ସବୁ ମହାବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶିବିର, ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ,ସ୍ୱାସ୍ଥ୍ୟ ସଚେତନତା ,ଆଦି କାର୍ଯ୍ୟକ୍ରମଗୁଡିକୁ ଆୟୋଜିତ କରିବାକୁ କହିଥିଲେ। ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରାମର୍ଶଦାତାମାନେ ନିଜ ନିଜ ୟୁନିଟର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ଲକ୍ଷୀକାନ୍ତ ନାୟକ, ଡ.ରଂଜନ କୁମାର ବେହେରା,ଡ.ବ୍ରହ୍ମାନନ୍ଦ ପଣ୍ଡା, ଡ.ଦେବଦାସ ସାହୁ,ଡ.ସଂଜୟ କୁମାର ଦତ ଯୋଗଦେଇଥିଲେ।ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ୍ ରିବନ୍ କ୍ଲବର ପରାମର୍ଶଦାତା ନିହାର ରଂଜନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀ ଆକାଂକ୍ଷା ବେହେରା,ଖୁସୀ ବେଗମ୍,କୁନା ସେଠୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande