
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବ୍ଲକ ରାନ୍ଦିଆ ଶିଳ୍ପୀଶ୍ରୀ ନୃତ୍ୟ,ସଙ୍ଗୀତ ଓ ଚିତ୍ରକଳା ଅନୁଷ୍ଠାନର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାନ୍ଦିଆ ଶ୍ରୀରାମ ଟ୍ରକ ମାଲିକ ସଂଘର ତତ୍ୱାବଧାନରେ ଆୟୋଜିତ ସାଂସ୍କୃତିକ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର ପୌରହିତ୍ୟ କରି କଳା ମାଧ୍ୟମରେ ଭବିଷ୍ୟତ ଗଠନ ସହ ଉତ୍କଳର ଗୌରବ ବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଅତିଥି ଭାବେ ସମାଜସେବୀ ନାରାୟଣ ଚନ୍ଦ୍ର ଓଝା, ଅଧ୍ୟାପିକା ରୀତା ମହାନ୍ତି, ସମାଜସେବୀ ସନ୍ଧ୍ୟାରାଣୀ ମହାପାତ୍ର ସାଧନା ବଳରେ ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ସଭାପତି କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ନିର୍ମଳା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଦେବଦିପ୍ତୀ ହୋତା ଓ ରାମଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଚିତ୍ର ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସରୋଜ କୁମାର ଶଙ୍ଖୁଆ, ଉଦୟନାଥ ବିଶ୍ୱାଳ, ସୌମ୍ୟରଞ୍ଜନ ମହାପାତ୍ର, ତପୋଧନ ସାହୁ, ଅଭିଜିତ ନାୟକ,ନମିତା ରାଣୀ ମୁଦୁଲି, ମଧୁସ୍ମିତା ତନ୍ତୀ, ଅନନ୍ୟା ମହାନ୍ତି, କାନ୍ତାୟନୀ ସାମଲ, ହଂସିନୀ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ