ଅଖିଳ ଭାରତୀୟ ସାହିତ୍ଯ ପରିଷଦର ସାହିତ୍ଯ ଯାତ୍ରା
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବଲାଙ୍ଗିର ଶାଖା ତରଫରୁ ମହାବୀର କଲେଜ, ପୁଇନ୍ତଲ ଠାରେ କଲେଜ ର ମିଳିତ ସହଯୋଗରେ ଏକ ସାହିତ୍ଯ ଆଲୋଚନାଚକ୍ର ଆଜି ସଂପନ୍ନ ହୋଇଯାଇଛି । ମୁଖ୍ଯ ଅତିଥି ଅଧ୍ୟକ୍ଷ ବିଜୟ କୁମାର ହୋତା ଦୀପ ପ୍ରଜ୍ବଳନ କରିବା ସହ ରଶ୍ମି
ଅଖିଳ  ଭାରତୀୟ ସାହିତ୍ଯ  ପରିଷଦ  ର ସାହିତ୍ଯ  ଯାତ୍ରା


ଅଖିଳ  ଭାରତୀୟ ସାହିତ୍ଯ  ପରିଷଦ  ର ସାହିତ୍ଯ  ଯାତ୍ରା


ଅଖିଳ  ଭାରତୀୟ ସାହିତ୍ଯ  ପରିଷଦ  ର ସାହିତ୍ଯ  ଯାତ୍ରା


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବଲାଙ୍ଗିର ଶାଖା ତରଫରୁ ମହାବୀର କଲେଜ, ପୁଇନ୍ତଲ ଠାରେ କଲେଜ ର ମିଳିତ ସହଯୋଗରେ ଏକ ସାହିତ୍ଯ ଆଲୋଚନାଚକ୍ର ଆଜି ସଂପନ୍ନ ହୋଇଯାଇଛି । ମୁଖ୍ଯ ଅତିଥି ଅଧ୍ୟକ୍ଷ ବିଜୟ କୁମାର ହୋତା ଦୀପ ପ୍ରଜ୍ବଳନ କରିବା ସହ ରଶ୍ମି ପାତ୍ର ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ । ମଞ୍ଚ ପରିଚାଳକ ଭାବେ ରାଜନୀତି ବିଭାଗ ଅଧ୍ୟାପିକା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଅତିଥି ମାନଙ୍କୁ ପୁସ୍ତକ ଦେଇ ସମ୍ମାନୀତ କରିଥିଲେ ସଭାର ସଭାପତି ଡକ୍ଟର ଭବିନୀ ଶଙ୍କର ପଟେଲ । ସଭା ଶୁଭରେ ଆଗେଇବା ପାଇଁ ଏକ ଜଗନ୍ନାଥ ଭଜନ ଗାନ କରି ମନ୍ତ୍ର ମୁଗ୍ଧ କରିଥିଲେ ରାମ ଶଙ୍କର ଶତପଥୀ । ବଳିଷ୍ଠ ପଧାନ ଆଜିର ଦିନର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଓ ରାମ ଶଙ୍କର ପଟେଲ ପରିଷଦର ଲକ୍ଷ୍ଯ, ଉଦ୍ଦେଶ୍ଯ ଉପରେ ସଂକ୍ଷିପ୍ତ କଥନ ଓ ଉଭୟ କବି ତଥା ଭାଗବତ ଉପରେ ତଥ୍ଯ ସବୁ କହିଥିଲେ । ପରିଷଦ ତାଙ୍କର ଅନୁପସ୍ଥିତି ଯେଉଁ କାମ କରୁଛି ତାହା କହି ପରିଷଦ ସଭ୍ଯ ଓ ସଭାପତିଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । ବକ୍ତା ଭାବରେ ଏଲୋରା ମିଶ୍ର ଭାଗବତର ବୈଶିଷ୍ଟ୍ଯ ଓ ଆଜିର ଯୁଗରେ ଭାଗବତର ଉପଯୋଗିତା ଉପରେ ଅତି ଭାବପୂର୍ଣ୍ଣ ବକ୍ତବ୍ଯ ରଖିଥିଲେ ଓ ରଶ୍ମି ପାତ୍ର ବାଲ୍ମୀକିକୃତ ରାମାୟଣ ଓ ଗଙ୍ଗାଧରଙ୍କ ତପସ୍ଵିନୀକୁ ନେଇ ଅତି ସୁନ୍ଦର ଭାବରେ ସୀତାଙ୍କ ଚରିତ୍ରକୁ ଅବତାରଣା କରିଥିଲେ । ସମ୍ମାନୀତ ଅତିଥୀ ଅଘରିଆ ସମାଜର ଉପ ସଭାପତି ତଥା ତେଜସ୍ବିନୀ ଜ୍ଞାନ ପ୍ରଭା ର ସମ୍ପାଦିକା ସେ ସଂକ୍ଷିପ୍ତ ଭାବରେ ସୁନ୍ଦର ଭାବରେ ପରିଷଦର ଗୁଣ ଗାନ କରିବା ସହ ଉଭୟ କବିଙ୍କର ସ୍ମୃତି ଚାରଣ କରିଥିଲେ । ଅଧ୍ୟକ୍ଷ ପରିଷଦର କାମକୁ ସ୍ବାଗତ କରିବା ସହ ଭାଗବତର ବିଭିନ୍ନ କଥାକୁ ବକ୍ତବ୍ଯ ରଖିଥିଲେ। ତା'ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କବିତା ପାଠ ହୋଇ ମାନପତ୍ର ପ୍ରଦାନ କରାଯାଇଥିଲା । କବିତା ପଠନ କରିଥିଲେ ରାଜ ନଂଦନୀ ବେହେରା, ମନୀଷା ମହାକୁର, ଶୁଭମ୍ ମହାପାତ୍ର, ପ୍ରୀତି ଡାଙ୍ଗ ତଥା ଅଧ୍ୟାପକ ପ୍ରଶାନ୍ତ କୁମାର ନାଏକ, ବଳିଷ୍ଠ ପ୍ରଧାନ, (କବି) କବିତା ପଠନ କରିଥିଲେ । କଲେଜର ପରିବେଶକୁ ନେଇ ଏକ ଉପଦେଶ ପ୍ରଦାନ କରିଥିଲେ ଗୀତ ମାଧ୍ୟମରେ ରାମ ଶଙ୍କର ଶତପଥୀ କୋଶଳୀରେ । ସଭାର ରୂପ ରେଖକୁ ଅନୁଧ୍ୟାନ କରି ସୁନ୍ଦର ଭାବରେ ସଭାପତି ଅଭି ଭାଷଣ କହିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ ଓ କୃଷ୍ଣ ଚରିତ ଉପରେ ଆଲୋକପାତ କରିଥିଲେ ।

ଧନ୍ୟବାଦ ଦେଇଥିଲେ ବଳିଷ୍ଠ ପଧାନ । ସଭାପତିଙ୍କ ନିର୍ଦେଶ କ୍ରମେ ରାମ ଚନ୍ଦ୍ର ପଟେଲ ( ସଚିବ ) ସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande