ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ
ଭବାନୀପାଟଣା, ୨୯ ସେପ୍ଟେମ୍ବର (ହି.ସ.)- ଆଜି ସ୍ଥାନୀୟ ପୋଲିସ୍ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ
ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ


ଭବାନୀପାଟଣା, ୨୯ ସେପ୍ଟେମ୍ବର (ହି.ସ.)- ଆଜି ସ୍ଥାନୀୟ ପୋଲିସ୍ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା, ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟ ମାଝୀ ଏବଂ ସୁଢଳ ମୁଣ୍ଡ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂହ ରାଉତ୍, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନନ୍ଦ ପ୍ରମୂଖ ମଞ୍ଚାସୀନ ଥିଲେ ।

ଏହି ଅବସରରେ ୧୩ ଟି ବ୍ଲକ୍ ରୁ ଶ୍ରେଷ୍ଠ ବିବେଚିତ ମୋଟ ୭୮ ଜଣ ପ୍ରତିଭାଗୀ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିତର୍କ ପ୍ରତିଯୋଗିତା ବରିଷ୍ଠ ବିଭାଗରେ ଓଜସ୍ ଅଗ୍ରୱାଲ, ଓ.ଏ.ଭି. ନର୍ଲା, କନିଷ୍ଠରେ ତମନ୍ନା ପ୍ରିୟ ଦର୍ଶନୀ, ସରକାରୀ ଉଚ୍ଚ ବିଦ୍ୟାଳୟ ତେରେଶିଙ୍ଗା, ସର୍ବ କନିଷ୍ଠରେ ସନାୟା ପ୍ରଧାନ ପି.ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାରୁ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତା ବରିଷ୍ଠ ବିଭାଗରେ ବାଲି ମାଝୀ ସରକାରୀ ଉଚ୍ଚ ବିଦ୍ୟାଳୟ ପାହାଡ଼ ପଦର୍, କନିଷ୍ଠରେ ବିନ୍ଧିଆ ରାଣୀ ଶବର, ସ୍ୱାମୀ ବିବେକନନ୍ଦ ଉଚ୍ଚ ବିଦ୍ୟାଳୟ ବିଜମରା, ସର୍ବ କନିଷ୍ଠରେ ଚନ୍ଦ୍ରିକା ସାହୁ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଝାରମୁଣ୍ଡାରୁ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି।

ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡା, ଜିଲ୍ଲା ପି. ଏସ୍. ଏସ୍.ଏସ୍. ସଂଯୋଜକ ପ୍ରଶାନ୍ତ ନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସୀନ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ଆୟୋଜନରେ ଅନୁସୂଚିତ ଜାତି ଜନଜାତି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାସ, ବୀରେନ୍ଦ୍ର ଆଚାର୍ଯ୍ୟ, ରଜନ୍ତ ନାଏକ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande