
ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ବ୍ଲକରେ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଆଙ୍ଗନ କା ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୋଷଣ ମାସରେ ରାଜ୍ୟ ସରକାରଙ୍କ ଲୋକାଭିମୂଖି କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ର ୧୯୬ ଅଙ୍ଗନବାଡି କେନ୍ଦ୍ରରେ ସିଡ଼ିପିଓ ମମତାଞ୍ଜଳି ପଣ୍ଡାଙ୍କ ନିର୍ଦ୍ଦେଶ ପ୍ରକାରେ ଖୁଵ୍ ଉତ୍ସାହର ସହ ତିନି ଦିନ ବ୍ୟାପୀ ଆଙ୍ଗନ କା ଉତ୍ସବ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଗୁଡିକ, ସର୍ବ ଅଞ୍ଚଳ ପରିଦର୍ଶୀକା ବାସନ୍ତି ଦାସ, ଦୀପ୍ତି ରାଣୀଧୋଵା, ସଂଯୁକ୍ତା ପ୍ରଧାନ, କୁମାରୀ ହୀରା ପାତ୍ର, ପୋଷଣ ଭିସି ଶିବଶଙ୍କର ଆଚାରୀ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ସହଯୋଗରେ ସରସ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମ ଦିବସରେ ଅଙ୍ଗନବାଡି ଶିଶୁଙ୍କ ଅଭିଭାବକ ତଥା ପିତାମାନଙ୍କ ଦ୍ଵାରା ପ୍ରସ୍ତୁତ ପାରମ୍ପରିକ ପିଠାମିଠା ରନ୍ଧାଖାଦ୍ଯର ପ୍ରଦର୍ଶନୀ କେନ୍ଦ୍ର କରାଯାଇ ତିନି ଜଣ ଶ୍ରେଷ୍ଠ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ରମାଣ ପତ୍ର ପୋଷଣଝୁଡି ପ୍ରଦାନ କରାଯାଇଛି। ଦ୍ଵିତୀୟ ଦିବସରେ ଶିଶୁ ଓ ଅଭିଭାବକଙ୍କ ଉପସ୍ଥିତରେ ଖେଳକୁଦ, ନୃତ୍ୟ, ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ କେଦ୍ର ପକ୍ଷରୁ ଶିଶୁ ମାନଙ୍କୁ ଫଳ, ମିଲେଟ ବିସ୍କୁଟ ଓ ଲସି ପ୍ରଦାନ କରାଯାଇଛି। ତୃତୀୟ ଦିବସରେ ଅଙ୍ଗନବାଡ଼ି ଶିଶୁଙ୍କ ସହ ସେମାନଙ୍କ ଜେଜେ ଓ ଜେଜେ ମା ଙ୍କ ସମାଗମ ହୋଇଥିଲା। ଶିଶୁ ମାନଙ୍କୁ ଜେଜେ ଓ ଜେଜେ ମା ଗୀତ ଓ ଗପ ଶୁଣାଇ ଭାବର ଆଦାନ ଓ ଭାଵ ଵିନିମୟ କରିଥିଲେ। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଶିଶୁ ବିକାଶ ଓ ସୁଭଦ୍ରା ହିତାଧିକାରୀମାନେ ଉପକୃତ ହେବା ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ। ଉତମକାର୍ଯ୍ଯ ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶାମାନଙ୍କୁ ଫୁଲ ତୋଡା, ଉପଢୌକନ ଓ ପୋଷଣ ଝୁଡି ଦେଇ ଅଙ୍ଗନବାଡି ପରିଚାଳନା କମିଟି ସଦସ୍ୟ ମାନେ ସମ୍ମାନୀତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କିଶୋରୀ, ଵାଳିକା, ଶିଶୁ, ଗର୍ଭବତୀ, ପ୍ରସୂତୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ତ୍ରିରଙ୍ଗାଖାଦ୍ଯ ଥାଳି ଭୋଜନ ଦିଆଯାଇଥିଲା। ଆଙ୍ଗନ କି ଉତ୍ସବ କାର୍ଯ୍ଯକ୍ରମ ଶେରଗଡ଼ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ମନରେ ବେଶ
ମନଛୁଆଁ ଓ ଗ୍ରହଣୀୟ ହୋଇପାରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ