
କେନ୍ଦୁଝର, ୨୯ ସେପ୍େଟମ୍ବର (ହି.ସ.) କେନ୍ଦୁଝରରେ ଚାଂଚଲ୍ୟ । ଦୁର୍ବୃତଙ୍କ ଗୁଳିମାଡ଼ରେ ମହିଳା କନେଷ୍ଟବଳଙ୍କ ସ୍ୱାମୀ ମୃତ । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁର୍ବୃତଙ୍କ ଆକ୍ରମଣରେ ଜୀବନ ଗଲା । ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦୁଝର ଏସପି । ପୋଲିସ୍ ପରିବାର ସହିତ ଜଡିତ ଏଭଳି ହତ୍ୟାପାଇଁ ଦୁଃଖପ୍ରକାଶ କରିବା ସହିତ ହତ୍ୟାକାଣ୍ଡରେ ଜଡିତ ଅପରାଧୀଙ୍କୁ ଧରିବାକୁ ୩ଟି ଟିମ୍ ଗଠିତ ହୋଇଥିବା ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଦୁର୍ବୁତଙ୍କୁ ଧରିବାକୁ ଏସପି ଦେଲେ ପ୍ରତିଶ୍ରୁତି ।
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଂଚଳରେ ଆଜି ସକାଳୁ ଖେଳିଯାଇଥିଲା ଚାଂଚଲ୍ୟ । ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କର ଘଟିଥିଲା ମୃତ୍ୟୁ । ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ପାଟଣା ଥାନାରେ କନେଷ୍ଟବଳ୍ ରୂପେ କାର୍ଯ୍ୟ କରନ୍ତି । ପ୍ରତିଦିନ ତ୍ରିଲୋଚନ କେନ୍ଦେଇପଶିରେ କରିଥିବା ଜନସେବା କେନ୍ଦ୍ରରୁ ରାତିରେ ଟଙ୍କା ପଇସା ନେଇ ପାଟଣାରେ ଥିବା ବାସଭବନକୁ ଫେରନ୍ତି ଓ ଗଡକାଲି ମଧ୍ୟ ସେ ସାଙ୍ଗରେ ଟଙ୍କା ଧରି ଘରକୁ ଫେରିଥିବା ଲୋକେ କହିଛନ୍ତି । ହେଲେ କେବଳ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ଏଭଳି ଭାବେ ପ୍ରଥମେ ଭୂଜାଲୀରେ ଆକ୍ରମଣ କରି ଗୁଳି କରି ହତ୍ୟା କରିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଘଟଣାକୁ ଗୁରୁତର ସହ ନେଇ ଏସପି ନିତୀନ କୁଶଲକର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅପରାଧୀମାନଙ୍କୁ ଯଥାଶୀଘ୍ର ଧରିବାକୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି ଓ ଏଥିପାଇଁ ଟେକନିକାଲ୍ ଟିମ୍ ଗଠିତ ହୋଇଥିବା ଏବଂ ଘଟଣାସ୍ଥଳ ସାଇଂଟିଫିକ୍ ଟିମ୍ ପରିଦର୍ଶନ କହିଛନ୍ତି ଏସପି । ଅପରାଧୀମାନଙ୍କୁ ଯଥାଶୀଘ୍ର କାବୁ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।
-----------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA