ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ୩ ଜଣ ବରିଷ୍ଠ ଯନ୍ତ୍ରୀ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ: ଅଧିକ୍ ତଦନ୍ତ ଦାବୀ କଲେ ବୁଦ୍ଧିଜୀବି
କେନ୍ଦୁଝର, ୨୯ ସେପ୍େଟମ୍ବର (ହି.ସ.) କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ୩ ଜଣ ବରିଷ୍ଠ ଯନ୍ତ୍ରୀ ସୋମବାର କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରି କରିବା ପରେ ଜାମିନରେ ଯାଇଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ବାଣିଟିଆ ଗ୍ରାମର ମନୋରଞ୍ଜନ ଜେନା ବର୍ତମାନ ଟାଟା
ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ୩ ଜଣ ବରିଷ୍ଠ ଯନ୍ତ୍ରୀ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ: ଅଧିକ୍ ତଦନ୍ତ ଦାବୀ କଲେ ବୁଦ୍ଧିଜୀବି


କେନ୍ଦୁଝର, ୨୯ ସେପ୍େଟମ୍ବର (ହି.ସ.) କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ୩ ଜଣ ବରିଷ୍ଠ ଯନ୍ତ୍ରୀ ସୋମବାର କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରି କରିବା ପରେ ଜାମିନରେ ଯାଇଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ବାଣିଟିଆ ଗ୍ରାମର ମନୋରଞ୍ଜନ ଜେନା ବର୍ତମାନ ଟାଟା ପାୱାର ବାଲେଶ୍ୱରରେ ଅଧୀକ୍ଷଣ ଯନ୍ତ୍ରୀ ଏସ୍ଟିଏସ୍, ବାଲେଶ୍ୱର ଜିଲ୍ଲା ମୋତିଗଞ୍ଜ ଅଂଚଳର ଚିତରଞ୍ଜନ ମିସ୍ତ୍ରୀ ବର୍ତମାନ ବାଲେଶ୍ୱର ଏଲଟି ଏଚ୍ ଏକ୍ସଟେନ୍ ସେଲର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଜଣେ ଆନନ୍ଦପୁର ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ଭଦ୍ରକ ମଠସାହିର ମୀନକେତନ ସାମଲ। ଅଭିଯୁକ୍ତ ବରିଷ୍ଠ ଯନ୍ତ୍ରୀମାନେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶରେ ସୋମବାର କେନ୍ଦୁଝର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ ପରେ ସର୍ଭମୂଳକ ଜାମିନରେ ଯାଇଛନ୍ତି।

କେନ୍ଦୁଝର ସମେତ ରାଜ୍ୟର ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦରେ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ପାଇଁ ଇଏସ୍ଏଲ୍ କମ୍ପାନ ଟେଣ୍ଡର ହାତେଇଥିଲା । ଉକ୍ତ କମ୍ପାନୀ ଟେଣ୍ଡର ନେବା ପରେ କେନ୍ଦୁଝରର କେନ୍ଦୁଝରଗଡ଼ ସହିତ ଆନନ୍ଦପୁର, ଯୋଡା, ବଡ଼ବିଲ ପୌରାଂଚଳ ଓ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦରେ ଉଜ୍ଜ୍ୱଳ ଆଲୋକୀକରଣ କାର୍ଯ୍ୟକ୍ରମ ରାସ୍ତାପାର୍ଶ୍ୱରେ ପାଇଁ ଆସ୍ଥା ଇଲେକ୍ଟ୍ରୋନିକ୍ କମ୍ପାନୀକୁ କାମ କରିବାକୁ ଦାୟିତ୍ୱ ଦେଇଥିଲେ। ଆସ୍କା କମ୍ପାନୀ ଚୁକ୍ତିନାମା ଅନୁସାରେ କାମ କରିବା ବଦଳରେ ବେପରୁଆ ଭାବେ କାମ ହୋଇଥବା ଅଭିଯୋଗ ହୋଇଥିଲା । ଏପରିକି ସ୍ୱତନ୍ତ୍ର ଖୁଣ୍ଟ ନପକାଇ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଖୁଂଟରେ ଆର୍ôଥ ନକରିବା, ସ୍ୱତନ୍ତ୍ର କେବୁଲ ନପକାଇ ସିଧାସଳ ସଳଖ ବିଦ୍ୟୁତ୍ ଖୁଣ୍ଟରୁ ଲାଇନ୍ ସଂଯୋଗ କରିବା ନକରି ଜିଆଇ ତାରରେ ବାନ୍ଧି ୫ କୋଟି ୮୦ ଲକ୍ଷ ଟଙ୍କା ବିଲ୍ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉକ୍ତ ଠିକା ସଂସ୍ଥାର କାମକୁ ଉପଯୁକ୍ତ ଭାବେ ତଦାରଖ କରାଯାଇ ନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଏହି ଅନିୟମିତତାରେ ଅଧିକାରୀମାନେ ମଧ୍ୟ ଜଡିତ ରହିଥିବାରୁ ଠିକାଦାର ଏଭଳି ଅନିୟମିତତା କରିବାକୁ ସୁଯୋଗ ପାଇଲେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆର୍ôଥଂ କରିବା ନିୟମକୁ ସଠିକ ଭାବରେ ପାଳନ ନକରି ଅର୍ଥ ତୋଷରପାତ ମଧ୍ୟ କରାଯାଇଥିଲା। କେନ୍ଦୁଝର ପୌରାଂଚଳରେ ପାଖାପାଖି ୩ କୋଟି ଟଙ୍କାର ଦୁର୍ନୀତିକୁ ପୌରପାଳିକା ଅତି ହାଲୁକା ଭାବେ ଗ୍ରହଣ କରିବା କାରଣ ଅସ୍ପଷ୍ଟ ରହିଛି। ଗ୍ରାମାଂଚଳ ପରେ ସହରାଂଚଳ ଆଲୋକୀକରଣ ଦୁର୍ନୀତି ପେଡି ଖୋଲିଲେ ଅନେକ ପ୍ରଭାବଶାଳୀଙ୍କ ଗୁମର ଖୋଲିବ ବୋଲି ବୁଦ୍ଧିଜୀବି ଦାବୀ କରିଛନ୍ତି।

----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande