ସନ୍ଦେହଘେରରେ ଶୁଭଶ୍ରୀଙ୍କ ମୃତ୍ୟୁ, ବେକରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲେ
ପଟ୍ଟାମୁଣ୍ଡାଇ, ୨୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁ ର ୧୯ ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ | ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିଲା | ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମ
Subhasri mrutyu


ପଟ୍ଟାମୁଣ୍ଡାଇ, ୨୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁ ର ୧୯ ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ | ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିଲା | ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ ମୃତ ଶୁଭଶ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ | ଖବର ପାଇ ପରିବାର ଲୋକେ ଡଙ୍ଗା ଯୋଗେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ସେଠାରୁ ନିଛାଟିଆ ସ୍ଥାନକୁ ନେଇ ନଦୀ ମଝିରେ ମୃତଦେହରେ ପଥର ବାନ୍ଧି ଫିଙ୍ଗି ଦେଇଥିବା କୁହାଯାଉଛି | ଘଟଣା ପ୍ରଘଟ ହେବା ପରେ ପୋଲିସ ସେହି ସ୍ଥାନରେ ପହଂଚି ଛାନଭିନ ଆରମ୍ଭ କରିଥିଲା | ବିଳମ୍ବିତ ରାତିରେ ପୋଲିସ ଶୁଭଶ୍ରୀଙ୍କ ପରିବାର, ବୋଟ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚାରା ଉଚରା କରୁଛି | ଶୁଭଶ୍ରୀଙ୍କ ମୃତଦେହର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ମୃତଦେହର ଟେର ପାଉନି ରାଜନଗର ପୋଲିସ | ପ୍ରକୃତରେ ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ମୃତଦେହ କେଉଁଆଡେ ଗଲା ତାହାର ଖିଅ ଖୋଜୁଛି ପୋଲିସ |

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande