


ବଲାଙ୍ଗିର, 29 ସେପ୍ଟେମ୍ବର (ହି.ସ.) - ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ମନୋବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଜି ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଆତ୍ମହତ୍ୟା ନିରାକରଣ କାର୍ଯ୍ୟକ୍ରମ ୨୦୨୬ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କୌତୁକ ପନ୍ଦର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଚାପ ବଢୁଛି। ପାଠପଢା ଚାପ, ପ୍ରେମ ବ୍ୟାପାର, ପରିବାର ସମସ୍ୟା ଯୋଗୁଁ ଅନେକ ଭୁଲ ପଦକ୍ଷେପ ନେଉଛନ୍ତି। ସମସ୍ୟାକୁ ଲୁଚାଇବା ଅପେକ୍ଷା ବାଣ୍ଟିବା ଶିଖିବା ଆବଶ୍ଯକ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ହିନ୍ଦୀ ବିଭାଗ ମୁଖ୍ୟ ଡ.ବିଜୟ କୁମାର ବେହେରା, ମନୋବିଜ୍ଞାନ ବିଭାଗ ମୁଖ୍ୟ ଡ.ମଧୁସ୍ମିତା ମିଶ୍ର, ଓଡ଼ିଆ ଓ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ.ଶ୍ରୀକାନ୍ତ କୁମାର ବାରିକ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ଅଶୋକ କୁମାର ମହାରଣା ଏବଂ ମନୋବିଜ୍ଞାନ ବିଭାଗ ଅଧ୍ୟାପିକା ମୋନାଲିସା କୁମ୍ଭାର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ମନୋବିଜ୍ଞାନ ବିଭାଗର ଅଧ୍ୟାପକ ସଂଗ୍ରାମ ରଥ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରାପୁନଃଆରମ୍ଭଶୀର୍ଷକ ଏକ ହୃଦୟସ୍ପର୍ଶୀ ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକଟିକୁ ଏ. ଆଲାମ୍ ଓ ଯୋଗେନ୍ଦ୍ର ରଣା ନିର୍ଦ୍ଦେଶନା ଦେଇଥିଲେ। ସମଗ୍ର ନାଟକର ସଞ୍ଚାଳନ ଅଧ୍ୟାପିକା ସ୍ୱୟଂପ୍ରଭା ମହାପାତ୍ର କରିଥିଲେ।ଶେଷରେ ଅଧ୍ୟାପକ ଏସ୍ ଯୁଗଳ କିଶୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ