
ଘଟଗାଁ,୨୯ ସେପ୍େଟମ୍ବର (ହି.ସ.) ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗି ଗଲା ସାତ ବଖରା ଘର ତଥାପି ଦେଖା ଦେଲେ ନାହିଁ ପଂଚାୟତ ପିଇଓ କି ସରପପଂଚ ଯାହା ଦ୍ୱାରା ଘଟଣାକୁ ନେଇ ମନେ ହେଉଛି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀଙ୍କ ନିର୍ଦେଶକୁ ଖୋଲମ ଖୋଲା ଉଲଘଂନ କରି ଦିଆ ଯାଉଛି। ପ୍ରକାଶ ଥାଉକି ଗଭୀର ଅବପାତ ପ୍ରଭାବରେ ଜାରୀ ବର୍ଷାରେ କ୍ଷୟ କ୍ଷତି ଆକଳନ କରି ସହାୟତା ରାଶି ଯୋଗାଇ ଦେବାକୁ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦେଶ ଦେଇଥିବା ବେଳେ ଘଟଗାଁ ବ୍ଲକରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଘଟଗାଁ ବ୍ଲକ ପଟିଲୋ ଗ୍ରାମ ପଂଚାୟତ ଅଧୀନ ପଟିଲୋ ଗ୍ରାମ ଉପରଡିହା ସାହି କୁନ୍ତିଲତା ମହାନ୍ତ ଙ୍କ ଆଜକୁ ପାଂଚ ଦିନ ପୂର୍ବରୁ ସାତ ବଖରା ଘର ସମ୍ପୂର୍ଣ ଗଳି ପଡ଼ିଥିଲେ ସୁଧା ପିଇଓ ଅମୀୟ କୁମାର ରାଉତ କିମ୍ବା ସରପଂଚ ଲିପି ନାଏକ ଆସି ତଦନ୍ତ କରି ନାହାଁନ୍ତି । ଆବଶ୍ୟ ପଣ୍ଡାପଡା ରାଜସ୍ୱ ନିରୀକ୍ଷକ ସହାୟତା ଭାବରେ ପଲଥିନ ଖଣ୍ଡେ ଦେଇ ନୀରବରେ ରହିଗଲେ। ଅଭିଯୋଗ କାରୀଙ୍କ ବୟାନ ବ୍ଲକ ପ୍ରଶାସନ ଯଦିଓ କ୍ଷୟକ୍ଷତି ର ସହାୟତା ଯୋଗାଇ ନଦିଏ ଆଗାମୀ ଦିନରେ ଜିଲ୍ଲା ପାଳକୁ ଭେଟି ସମସ୍ୟା ଜଣାଇବେ ବୋଲି କହିଛନ୍ତି।
----------------
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ