
ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ନିର୍ମାଣାଧୀନ ଘରୁ ଚୋରି ମାମଲାରେ ଗୋପାଳପୁର ପୋଲିସକୁ ବଡ ସଫଳତା ମିଳିଛି। ୨ ଜଣ ଚୋରଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଜବତ କରାଯାଇଛି। ଗୋପାଳପୁର ଥାନା କେସ ନଂ ୫୬୪/୨୦୨୬ ୟୁ/ଏସ ୩୦୩(୨)/୩(୫) ବିଏନଏସରେ ଗିରଫ ଅଭିଯୁକ୍ତ ମୁନା ପ୍ରଧାନ (୨୩), ଅଖିଳ ପ୍ରଧାନ (୨୧) ଉଭୟ କଦରାପଲ୍ଲୀ, ଗୋପାଳପୁରରଙ୍କୁ ତା ୨୯.୦୯.୨୦୨୬ ସକାଳ ୮ଟା ୨୦ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜବତ ସାମଗ୍ରୀ ହେଲା ବୋଶ୍ କମ୍ପାନୀର ଭାଇବ୍ରେଟର ମେସିନ, କଟର ମେସିନ, ୫୦୦ ମିଟର ବିଜୁଳି ତାର, ୱାଟର ମୋଟର। ଗୌଞ୍ଜୁ ଗାଁର ଲିପ୍ତା କୁମାରୀ ସେଠୀ (୨୮) ରାଖ୍ୟା ବିହାରରେ ନିର୍ମାଣ କରୁଥିବା ଘରୁ ୨୬.୦୯.୨୦୨୬ ରାତିରେ ନିର୍ମାଣ ସାମଗ୍ରୀ ଚୋରୀ ହୋଇଥିଲା। ଅଭିଯୁକ୍ତ ମୁନା ଘରେ ଚଢଉ କରି ସମସ୍ତ ଚୋରି ସାମଗ୍ରୀ ଜବତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ