
କେନ୍ଦୁଝର, ୨୯ ସେପ୍େଟମ୍ବର (ହି.ସ.)- କେନ୍ଦେଇପଶି ସ୍ଥାନିୟ ଯୁବ ବ୍ୟବସାୟୀ ତ୍ରିଲୋଚନ ମହାନ୍ତ ଙ୍କୁ ଗତକାଲି ରାତିରେ ଦୁର୍ବୁତ ମାନେ ଲୁଟ ଉଦ୍ଦେଶ୍ୟରେ ଗୁଳି କରି ହତ୍ୟା କରାଯାଇଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଂଚଳରେ ବିଚଳିତ କରିଛି। ଏହି ଘଟଣା ରେ ବେଶୀ ଭୟଭୀତ ହୋଇଛନ୍ତି ବ୍ୟବସାୟୀ। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର ପେଟ୍ରୋଲିଂ କଡା କଡ଼ି ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦେଇପଶି ବଣିକ ସଂଘ। ଯେହେତୁ କେନ୍ଦେଇ ପଶି ବଜାର ଉପରେ ଆଖପାଖର ବହୁ ଗାଁ ନିର୍ଭର କରନ୍ତି ତେଣୁ ଏହି ଘଟଣା ନେଇ ସେମାନେ ଭୟଭୀତ ଅଛନ୍ତି। ଅଂଚଳଟି ନିଛାଟିଆ ଜଙ୍ଗଲ ଘେରା ମଧ୍ୟରେ ଥିବା ବେଳେ ଏଠାରୁ ପାଟଣା, ତୁରୂମୁଙ୍ଗା ଓ କେନ୍ଦୁଝର ଟାଉନ ଥାନା ବହୁ ଦୂରରେ। ଏଣୁ ଏହି ଅଂଚଳର ବିଭିନ୍ନ ରାସ୍ତାରେ ନିୟମିତ କଡ଼ାକଡ଼ି ପେଟ୍ରୋଲିଂ ଓ ରାସ୍ତା ରେ ସିସି ଟିଭି ଲଗାଇବା ସହ ଏକ ଫାଣ୍ଡି ସ୍ଥାପନ ନେଇ ଦାବୀ କରିଛି କେନ୍ଦେ଼ଇପଶି ବଣିକ ସଂଘ।
------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA