
କେନ୍ଦ୍ରାପଡ଼ା, 29 ସେପ୍ଟେମ୍ବର (ହି.ସ.) - ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚ ଆନୁକୂଲ୍ୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପରିପ୍ରେକ୍ଷୀରେ ଉଦ୍ୟମିତା ପ୍ରୋତ୍ସାହନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ୟ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଡ଼ ବାସନ୍ତୀ ଶୁକ୍ଲାଙ୍କ ସଭାପତିତ୍ୱରେ ଅଭିଯାନର ଜିଲ୍ଲା ସମନ୍ୱୟକ ଅଭିମନ୍ୟୁ ଗୋଛାୟତ, ମହାବିଦ୍ୟାଳୟର କ୍ୟାରିଅର କାଉଁସେଲିଙ୍ଗ ସଂଯୋଜକ ଶକ୍ତି ଶେଖର ଦାସ ,ଜିଲ୍ଲାର ଯୁବ ଉଦ୍ୟୋଗୀ ଅକ୍ଷୟ କୁମାର ଦାସ,ଅଶ୍ୱିନୀ କୁମାର ବେହେରା, ବିଭୁତି ଭୂଷଣ ଦାସ, ଚିନ୍ମୟୀ ପଣ୍ଡା ଏବଂ ପୂର୍ଣ୍ଣକାଳୀନ ରଶ୍ମିରଂଜନ ସେଠୀ ଉପସ୍ଥିତ ରହି ସମସ୍ତ ଯୁବସମାଜ ବିଶେଷ କରି ଛାତ୍ରୀମାନେ ପାଠପଢା ପରେ କେବଳ ସରକାରୀ ଚାକିରୀ ପଛରେ ନ ଧାଇଁ ନିଜକୁ ଆତ୍ମନିର୍ଭରଶୀଳ ହୋଇ ଅର୍ଥ ଉପାର୍ଜନ କରିବାର ପନ୍ଥା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ସରକାର ମହିଳା ସଶକ୍ତିକରଣ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ମହିଳାମାନେ ରୋଜଗାରକ୍ଷମ ହେଲେ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହେବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଭାରତବର୍ଷକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରୂପେ ଗଢି ତୋଳିବାକୁ ହେଲେ ସମସ୍ତ ଦେଶବାସୀ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା ସହ ଆତ୍ମ ନିର୍ଭର ଭାରତ ଓ ଭୋକାଲ ଫର ଲୋକାଲ ମାଧ୍ୟମରେ ଦେଶୀୟ ବସ୍ତୁର ଆଦର ଓ ପ୍ରୋତ୍ସାହନ ବଢାଇବା ସହ ଯୁବ ସମାଜକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ ଯାହାଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି