ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ; ଚିନ୍ତାରେ ଚାଷୀ
ଜୟପୁର, ୨୯ ସେପ୍େଟମ୍ବର (ହି.ସ.) - ବର୍ଷା କମିଛି ସହିତ ଗୁଳୁଗୁଳି ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟର କୋରାପୁଟ ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା (ମାଟିଆଗୁଣ୍ଡି) ଆଦି ରୋଗପୋକ ଉପଦ୍ରବ ବଢ଼ି ଯାଇଛି । ଏହି ରୋଗପୋକ ବ୍ୟାପିବାରେ ଲାଗିଛି । ଫସଲ ଦିନକୁ ଦିନ ନଷ୍ଟ ହେବା
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ନବସୃଜନ ଓ ନବୋଦ୍ୟୋଗ ପ୍ରତିଯୋଗିତା–୨୦୨୬  ୨୭ଟି ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ — ନବସୃଜନ, ସୃଜନଶୀଳତା ଓ ଉଦ୍ୟମିତାକୁ ମିଳିଲା ନୂଆ ମଞ୍ଚ


ଜୟପୁର, ୨୯ ସେପ୍େଟମ୍ବର (ହି.ସ.) - ବର୍ଷା କମିଛି ସହିତ ଗୁଳୁଗୁଳି ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟର କୋରାପୁଟ ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା (ମାଟିଆଗୁଣ୍ଡି) ଆଦି ରୋଗପୋକ ଉପଦ୍ରବ ବଢ଼ି ଯାଇଛି । ଏହି ରୋଗପୋକ ବ୍ୟାପିବାରେ ଲାଗିଛି । ଫସଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ଚାଷୀମାନେ ନାନା କୀଟନାଶକ ପ୍ରୟୋଗ କରୁଛନ୍ତି । ହେଲେ କୀଟନାଶକ କେଉଁଠି କାମକୁ ଆସୁଛି ତ ଆଉ କେଉଁଠାରେ କାମ ଦେଉ ନାହିଁ । ହେଲେ କୀଟନାଶକରେ ପୂର୍ବଭଳି ଆଉ ରିହାତି ନାହିଁ । ଫଳରେ ଗୋଟିଏ ପଟେ ଧାନ ଫସଲ ନଷ୍ଟ ହେବାକୁ ବସିଥିବାବେଳେ ଅନ୍ୟପଟେ ଚାଷୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଅଳ୍ପଦିନ ପରେ ଧାନ ଫସଲ ଗର୍ଭ ଅବସ୍ଥାକୁ ଆସିଯିବ । କିନ୍ତୁ ଏବେଠାରୁ ଫସଲରେ ରୋଗପୋକ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଜିଲାରେ ରବି ଋତୁ ତୁଳନାରେ ଖରିଫ୍ରେ ଯଥେଷ୍ଟ ଅଧିକ ଧାନଚାଷ ହୋଇଥାଏ । ଚାଷ ଆରମ୍ଭରୁ ବର୍ଷା ସାଙ୍ଗକୁ ଅନୁକୂଳ ପାଗ ଯୋଗୁ ଫସଲ ମଧ୍ୟ ଠିକ୍ଭାବେ ବଢ଼ି ଚାଲିଥିଲା । ଚାଷୀମାନେ ଭଲ ଅମଳ କରିବେ ବୋଲି ଆଶା ରଖିଥିଲେ । ମାତ୍ର ଫସଲରେ ଏବେଠାରୁ ଯେଭଳି ରୋଗପୋକ ଉପଦ୍ରବ ହେଲାଣି, ଚାଷୀଙ୍କ ସେହି ଆଶା ମଉଳିବାରେ ଲାଗିଛି । ଧାନ ଫସଲରେ ନଲିପୋକ ଉପଦ୍ରବ ଯୋଗୁ ପତ୍ରଗୁଡ଼ିକ ଶୁଖି ଯାଉଛି । ସବୁଜ ବର୍ଣ୍ଣରୁ ତାହା ଧଳାବର୍ଣ୍ଣର ହୋଇ ନଷ୍ଟ ହୋଇ ବସିଛି । ଅନୁରୂପଭାବେ ଚକଡ଼ା ଯୋଗୁ ଫସଲର ବିଭିନ୍ନ ସ୍ଥାନ ପର୍ଯ୍ୟାପ୍ତଭାବେ ନଷ୍ଟ ହୋଇ ପାଳ(ପୁଆଲ) ଭଳି ହେବାରେ ଲାଗିଛି । ଏଭଳି ରୋଗପୋକ ଉପଦ୍ରବ ଚାଷୀଙ୍କ ମନରେ ଫସଲହାନି ଭୟ ସୃଷ୍ଟି କରିଛି ।

ଲଘୁଚାପ ଓ ଗଭୀର ଅବପାତ ଜନିତ ଲଗାଣ ବର୍ଷାରେ ଧାନ ଫସଲ ଜଳମଗ୍ନ ହୋଇ ପଚିଯାଉଥିବା ବେଳେ, ବର୍ଷା ଛାଡ଼ିବା ପରେ ଏବେ ରୋଗପୋକର ପ୍ରାଦୁର୍ଭାବ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। କୃଷିବହୁଳ ଜିଲ୍ଲା କୋରାପୁଟରେ ଏଭଳି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ସେପ୍େଟମ୍ବର ୨୩ରୁ ୨୫ ତାରିଖ ମଧ୍ୟରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ଜିଲ୍ଲାର ୫୮୦୧.୭୫ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ବିଲରୁ ପାଣି ଛାଡ଼ି ନଥିବା ବେଳେ ଧାନ ଗଛ ହଳଦିଆ ପଡ଼ି ମରିବା ଆରମ୍ଭ କରିଛି। ଫଳରେ ଖରିଫ୍ ଋତୁ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଋଣ କରିଥିବା ଚାଷୀ ଏବେ ସର୍ବସ୍ୱାନ୍ତ ହେବାକୁ ବସିଛି।

ଜିଲ୍ଲା କୃଷି ପ୍ରଶାସନ ପକ୍ଷରୁ ମିଳିଥିବା ଫସଲରେ ଜଳମଗ୍ନ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ଗଭୀର ଅବପାତ ଯୋଗୁଁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ମୋଟ ୧୪୭ଟି ପଂଚାୟତର ୪୬୩ଟି ଗାଁରେ ବ୍ୟାପକ କ୍ଷତି ହୋଇଛି। ମୋଟ ୩,୯୮୨.୭୪ ହେକ୍ଟର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି।ସେହିପରି ୧,୮୧୯.୦୧ ହେକ୍ଟର ପନିପରିବା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଣିରେ ନଷ୍ଟ ହୋଇଛି। ଜିଲ୍ଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୩,୫୬୨ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ସେହିପରି ବୋରିଗୁମ୍ମା ବ୍ଲକରେ ୧,୦୧୪.୬ ହେକ୍ଟର, କୁନ୍ଦୁରାରେ ୬୭୩.୫ ହେକ୍ଟର, ବୈପାରିଗୁଡ଼ାରେ ୧୪୭ ହେକ୍ଟର, ଜୟପୁରରେ ୧୨୫.୫ ହେକ୍ଟର ଓ ବନ୍ଧୁଗାଁ ବ୍ଲକରେ ୮୦ ହେକ୍ଟର ଫସଲ ଜଳମଗ୍ନ ହୋଇଛି।

ଏଥି ସହ ଜିଲ୍ଲା କୃଷି ବିଭାଗର ସଦ୍ୟତମ ‘ଇ-କୀଟ ନିରୀକ୍ଷଣ ରିପୋର୍ଟ’ ସେପ୍େଟମ୍ବର ୨୮ ତାରିଖ ସୁଦ୍ଧା ଗ୍ରାମସେବକ ମାନେ ୧୦,୫୭୨.୮ ହେକ୍ଟର ଏବଂ ସହକାରୀ କୃଷି ଅଧିକାରୀ ମାନେ ୪,୩୫୦ ହେକ୍ଟର ଅର୍ଥାତ୍ ମୋଟ ୧୪,୯୨୨.୮ ହେକ୍ଟର ଜମି ବୁଲି ସର୍ଭେ କରିଛନ୍ତି। ଏଥିରେ ପ୍ରାୟ ୩୬୦.୬ ହେକ୍ଟର ଜମିରେ ରୋଗପୋକ ସଂକ୍ରମଣ ଚିହ୍ନଟ କରାଯାଇଛି ଏବଂ ୩୭୧ଟି ପରମିଟ୍ ଜରିଆରେ କୀଟନାଶକର ସୁରକ୍ଷିତ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କୀଟନାଶକ ବ୍ୟବହାର ପାଇଁ ୧ ଲକ୍ଷ ୫୩ ହଜାର ୨୭୯ ଟଙ୍କା ସବସିଡି ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର ପଚାରିବାରୁ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଏମଏମ, ଟିଏମଏସଡି, ଏନଏଫଏସଏମ ଏବଂ ଏନଏଏମୟୁ ଯୋଜନା ଅଧୀନରେ କୃଷକମାନଙ୍କୁ ଔଷଧ ସିଂଚନ ପାଇଁ ପରାମର୍ଶ ଦିଆଯିବା ସହ ଡିବିଟି ମାଧ୍ୟମରେ ମେଡିସିନ୍ ଯୋଗାଇ ଦିଆଯାଉଛି। ବର୍ଷା ଛାଡ଼ିବା ପରେ ଖରା ଓ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ଧାନ କ୍ଷେତରେ ପତ୍ରଶୋଷକ, ନଳିପୋକ ଓ ଚକଡ଼ା ଭଳି ରୋଗପୋକ ଦ୍ରୁତ ଗତିରେ ମାଡ଼ିବାରେ ଲାଗିଥିବାରୁ ଏ ଦିଗରେ ବିଭାଗ ତରଫରୁ ଅଧିକାରୀମାନେ ଗ୍ରାମ ଗ୍ରାମ ବୋଲି ଚାଷୀମାନଙ୍କୁ ସଚେତନ କରୁଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତେବେ ଏହି ରୋଗପୋକ ନିୟନ୍ତ୍ରଣ ପାଇଁ ଚାଷୀମାନେ ବିଭିନ୍ନ କୀଟନାଶକ ଫସଲରେ ପ୍ରୟୋଗ କରୁଛନ୍ତି । ଫସଲ ରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ସେଥିରେ ଯେଭଳି ଖର୍ଚ୍ଚାନ୍ତ ହେବାକୁ ପଡୁଛି । କୀଟନାଶକ ପ୍ରୟୋଗ ସତ୍ୱେ ତାହା ନିୟନ୍ତ୍ରଣ ହେଉ ନ ଥିବା ଅଭିଯୋଗ ହେଉଛି । ଏହା ଚାଷୀଙ୍କ ମାନସିକ ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି । ଧାନ ଫସଲ ଆରମ୍ଭରୁ ଏଥର ବହୁତ ଭଲ ହୋଇଥିଲା । କିନ୍ତୁ ବର୍ଷା କମିଯିବା ପରେ ତାଙ୍କ ଫସଲରେ ନଲିପୋକ ଏବଂ ଚକଡ଼ା ରୋଗପୋକ ବ୍ୟାପିବା ଆରମ୍ଭ ହୋଇଛି । ଏଥିପାଇଁ ଫସଲରେ ଏବେ କୀଟନାଶକ ପ୍ରୟୋଗ କରିବାକୁ ପଡୁଛି । ଆଗଭଳି କୀଟନାଶକରେ ସରକାର ଆଉ ରିହାତି ଦେଉ ନାହାନ୍ତି । ଫଳରେ କୀଟନାଶକ ପ୍ରୟୋଗରେ ଚାଷୀଙ୍କ ଉପରେ ବର୍ତମାନ ସ୍ଥିତିରେ ଏକର ପ୍ରତି ଅତିକମ୍ରେ ୨ହଜାର ଟଙ୍କାର ଅତିରିକ୍ତ ବୋଝ ଲଦି ହୋଇ ଯାଉଥିବା ଜଣାଯାଇଛି । ସରକାର ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି । କୀଟନାଶକରେ ଆଗରୁ ମିଳୁଥିବା ରିହାତିକୁ ବନ୍ଦ କରି ଦେଇଛନ୍ତି ।

ସେହିପରି ଆଗଭଳି ଆଉ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କୀଟନାଶକ ବିତରଣ କରାଯାଉ ନାହିଁ । ବିଭିନ୍ନ କୀଟନାଶକ ଦୋକାନୀଙ୍କ ପାଖକୁ ଯାଇ ଚାଷୀମାନଙ୍କୁ କୀଟନାଶକ କିଣିବାକୁ ପଡୁଛି । ଦୋକାନୀ ଯେଉଁ ଦର କହିଲେ, ଚାଷୀମାନେ ନିଜ ଫସଲ ରକ୍ଷା ପାଇଁ ସେହିଦରରେ କୀଟନାଶକ କିଣିବାକୁ ବାଧ୍ୟ ହେବା ସହିତ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ଉତ୍ପାଦନ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ଏବଂ ଆବଶ୍ୟକତା ସ୍ଥଳେ ମାଗଣାରେ ମଧ୍ୟ କୀଟନାଶକ ଯୋଗାଇ ଦେବା ପାଇ ମତ ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande