
ଭୁବନେଶ୍ୱର, ସେପ୍ଟେମ୍ବର 29
(ହି.ସ) ଶିକ୍ଷାବିତ୍ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ
ସାରସ୍ୱତ ସାଧକ, ପ୍ରବୀଣ
ସମାଲୋଚକ ତଥା ଶିକ୍ଷାବିତ୍ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ
ଅବଦାନ ତଥା ଅପ୍ରତିଦ୍ୱନ୍ଦ୍ୱୀ ବାଗ୍ମିତା ଚିରସ୍ମରଣୀୟ ହୋଇ ରହିବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରବୀଣ ସମାଲୋଚକ ତଥା ଶିକ୍ଷାବିତ୍
ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ଏକ ବାର୍ତ୍ତା ଜାରି କରି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ ସାରସ୍ୱତ ସାଧକ, ସମାଲୋଚକ ତଥା ଶିକ୍ଷାବିତ୍ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କ
ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କ
ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା