
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି । ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ, ଏସଆଇ ଇଭାରାଣୀ ପରିଡା ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଓ ଏହାର ପ୍ରଭାବ ଉପରେ ମତ ରଖିଥିଲେ । ବିଶେଷ କରି ନିଶା ହିଁଁ ିଯୁବ ସମାଜକୁ ଲକ୍ଷ୍ୟ ଭ୍ରଷ୍ଟ କରୁଥିବା ବେଳେ ଏହାର ସେବନ ଦ୍ୱାରା ହିତାହିତ ଜ୍ଞାନ ହରାଇ ଅନେକ କୁତ୍ସିତ କାମ କରିବାକୁ ପଛାଇ ନଥାନ୍ତି ବୋଲି କହି ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳ କୁମାର ଦାସ, ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ ଉପସ୍ଥିତ ଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ